25.1 C
Bhubaneswar
Monday, December 22, 2025
Homeଓଡିଶାନାରୀ ନିର୍ଯ୍ୟାତନା ଓ ଜାଳେଣୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ...

ନାରୀ ନିର୍ଯ୍ୟାତନା ଓ ଜାଳେଣୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର:  ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ରାମମନ୍ଦିର ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରିଥିଲେ । ରାମ ମନ୍ଦିର ଛକ ଅବରୋଧ କରି ସେଠାରେ ଧାରଣା ମଧ୍ଯ ଦିଆଯାଇଥିଲା । ଏହି ପ୍ରସଙ୍ଗରେ ଶ୍ରୀ ଦାସ କହିଛନ୍ତି ଯେ, ବିଜେପି ଦଳ କ୍ଷମତାସୀନ ହେବା ପୂର୍ବରୁ ଓଡ଼ିଶାର ମହିଳାଙ୍କୁ ସୁରକ୍ଷା ଦେବା ସହ ମହିଳା ନିର୍ଯ୍ୟାତନା ନିୟନ୍ତ୍ରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଆଜି ଓଡ଼ିଶାର ମହିଳା ନିର୍ଯ୍ୟାତିତା, ଅତ୍ୟାଚାରିତା, ଅବହେଳିତା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାର ଶିକାର। ସ୍କୁଲ, କଲେଜ, ୟୁନିଭରସିଟିର ପରିସରରେ ମହିଳାମାନେ ସୁରକ୍ଷିତ ନାହାନ୍ତି । ବିଶେଷ କରି ମହିଳା ହଷ୍ଟେଲ ଓ କନ୍ୟାଶ୍ରମରେ ଛାତ୍ରୀମାନେ ଗର୍ଭବତୀ ହୋଇପଡୁଛନ୍ତି ଓ ପିଲାଜନ୍ମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲାରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି। ଭୁବନେଶ୍ଵରରେ ମହିଳାମାନେ ଅସୁରକ୍ଷିତ। ପୁଲସ ପ୍ରଶାସନ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ୬୪,୮୨୩ ମହିଳା ନିଖୋଜ ହୋଇଥିବାବେଳେ ବିଜେପି ସରକାର ଚୁପ୍ ହୋଇ ବସିଛି । ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତୃବର୍ଗ ମହିଳାମାନଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ କରିବାରୁ ପୁଲିସ ଅତ୍ୟାଚରରେ ଶିକାର ହୋଇଛନ୍ତି । ଗତ ମାର୍ଚ୍ଚ ୨୭ ତାରିଖରେ ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ମହିଳାମାନଙ୍କ ସୁରକ୍ଷା ପାଇଁ ଯେଉଁ ନାରୀ ନ୍ୟାୟ ଆନ୍ଦୋଳନ ହୋଇଥିଲା ସେହି ଆନ୍ଦୋଳନକାରୀଙ୍କୁ ପୁଲିସ୍ ଲାଠିଚାର୍ଜ ଓ ପାଣି ମାଡ କରି ଲହୁ ଲୁହାଣ କରିଛି। ଏବେ ୫ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ ସଂଗ୍ରାମଙ୍କ ଉପରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି । ଆନ୍ଦୋଳନକାରୀଙ୍କୁ ପୁଲିସ୍ ଗିରଫ କରୁଛି। ରାଜ୍ୟ ବିଜେପି ସରକାର କଂଗ୍ରେସର ଶାଣିତ ସ୍ୱରକୁ ଚାପି ପାରିବ ନାହିଁ । ଆଗକୁ ଆନ୍ଦୋଳନ ତିବ୍ରତର ହେବ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତି ଯୋଗଦେଇ କହିଲେ ଯେ, ସାରା ରାଜ୍ୟରେ ମହିଳାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ରାଜ୍ୟରେ ଦୁଃଶାସନ ଓ ରାବଣର ଶାସନ ଚାଲିଛି । ଗ୍ୟାସ ଦର କମାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଏବେ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି କରିଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ରଞ୍ଜିତ ପାତ୍ର, ଉଦିତ୍ ପ୍ରଧାନ, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ପ୍ରକାଶ ଜେନା, ରଜନୀ ମହାନ୍ତି, ଦିପକ ସାହୁ, ସାହାରୁଖ୍ ଖାନ୍, ଚୁନୁ ସିଂ, ପ୍ରସନ୍ନ ନାୟକ, ପ୍ରକାଶ ମିଶ୍ର, ସୁଶାନ୍ତ ତ୍ରିପାଠୀ, ବିରଞ୍ଚ୍ ବାରିକ, ଶ୍ରୀୟା ମହାନ୍ତି, ଜୟଶ୍ରୀ ପାତ୍ର, ଚୈତାଳି ପଟ୍ଟନାୟକ, ସୌମେନ୍ଦ୍ର ମହାନ୍ତି, ବୈଲୋଚନ ସାହୁ, ଦେବୀ ପ୍ରସାଦ ବାହାଲିଆ, ସ୍ବାଗତ କର, ବ୍ରହ୍ମାନନ୍ଦ ସାହୁ, ସେକ୍ ତାକ୍ସିମ୍, ରଞ୍ଜିତ ସେନାପତି, ଦେଓ ପ୍ରସାଦ, ନାସିର୍ ଖାନ, ଜୟକୃଷ୍ଣ ମଲିଆ, ବିଶ୍ୱଭୂଷଣ ମହାପାତ୍ର, ପ୍ରତିକ୍ ସାହୁ, ବାବୁ ଜେନା, ଅନିଲ ଦାସ, ରବିନ୍ଦ୍ର ଦାସ ଓ ଦେବାଶିଷ ଦାସ ପ୍ରମୁଖ ଶତାଧୂକକର୍ମୀ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking