ଭୁବନେଶ୍ୱର: କ୍ୟାପିଟାଲ ରିଜନ ରିଙ୍ଗ ରୋଡ ଟେଣ୍ଡର ଚୂଡାନ୍ତ ନେଇ ଜାତୀୟ ରାଜପଥ ପ୍ରାଧିକରଣ ଆଞ୍ଚଳିକ ମୁଖ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି, ୩ଟି ପ୍ୟାକେଜ ପାଇଁ ୩ଟି ନିର୍ମାଣକାରୀ ସଂସ୍ଥା ଚୟନ ହୋଇଛନ୍ତି । ଖୋର୍ଦ୍ଧା – ରାମେଶ୍ୱର- ବିଲିପଦା ଓ ଗୋବିନ୍ଦପୁର- କଟକ- ଟାଙ୍ଗୀ ସଂଯୋଗ ହେବ । ୬ ଲେନ ବିଶିଷ୍ଟ ରିଙ୍ଗରୋଡ ୧୧୦ କିଲୋମିଟର ରହିବ । ପ୍ରତ୍ୟେକ ଫେଜ ପାଇଁ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାମ ଆରମ୍ଭ ହେବ ।










