ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ୍ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆଜି ସୁକିନ୍ଦା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର 2025/26 ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରଜ୍ଞାପରିମିତା ପୃଷ୍ଟି ଏହାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମିନତି ରାଉତଙ୍କ ସଂଯୋଜନାରେ ପରିଚାଳିତ ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ରମଣୀରଞ୍ଜନ ବଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଭେଷଜ ବିଶେଷଜ୍ଞ ଡାକ୍ତର,ଚକ୍ଷୁ ବିଶେଷଜ୍ଞ ଡାକ୍ତର,ନାସା, କଣ୍ଠ ଓ ଗଳା ବିଶେଷଜ୍ଞ ଡାକ୍ତର, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର, ଅସ୍ତି୍ସଲ୍ୟ ବିଶେଷଜ୍ଞ ଡାକ୍ତର, ଅଡିଓଲୋଜିଷ୍ଟ ଡାକ୍ତର ପାଠକ ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱତନ୍ତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ l ବ୍ଲକ୍ ଯୋଗାଣ ଅଧିକାରୀ ଶୁଭାଙ୍ଗୀ ରାୟ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ୱେତଲିନା ରଥ, ବୈଦ୍ୟନାଥ ବିଶ୍ଵାଳ,ସ୍ନେହାଶିଷ ମିଶ୍ର,ସନ୍ଦୀପା ଭୂଷଣ୍ଡଙ୍କ ସହିତ ସମସ୍ତ ,ପି ଇ ଓ, ଏ ଡି ଇ ଓ ଏବଂ ଗ୍ରାମପଞ୍ଚାୟତ ସ୍ତରୀୟ ଏମ ବି କେ ଓ ସି ଆର ପି ମାନେ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା l ମୋଟ 305 ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଏହି ଶିବିରକୁ ଆସି ପଞ୍ଜିକରଣ ସହ ଡାକ୍ତରଙ୍କ ପରୀକ୍ଷଣ କରାଇଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ଦୁଇଟି ହୁଇଲ ଚେୟାର ବିତରଣ କରାଯାଇଥିଲା l ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେl










