26.1 C
Bhubaneswar
Thursday, September 19, 2024
Homeଓଡିଶାବନ୍ଧା ହେଲେ ଭଞ୍ଜନଗର ସହକାରୀ ଯନ୍ତ୍ରୀ

ବନ୍ଧା ହେଲେ ଭଞ୍ଜନଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଭଞ୍ଜନଗର ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଶେଷରେ ଗିରଫ ହୋଇଛନ୍ତି ।  ଗୁରୁବାର ଭିଜିଲାନ୍ସ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶ୍ରୀ ସ୍ୱାଇଁ ବିଭିନ୍ନ ଠିକଣାରେ ରେଡ କରିଥିଲା । ରେଡ ସମୟରେ ୬ଟି ବହୁତଳ କୋଠା ସହ ୫ଟି ପ୍ଲଟ ଠାବ କରାଯାଇଥିଲା ।  ପ୍ରସନ୍ନ ସ୍ୱାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସଭବନ ଓ ୩ ମହଲା ଘର, ଭଞ୍ଜନଗରରେ ଥିବା ୩ ମହଲା ଘର, ନିର୍ମାଣାଧାନ ଦୁଇମହଲା ଘର, ବ୍ରହ୍ମପୁରର ତୁଳସୀନଗରରେ ଥିବା ୪ମହଲା ଘର, ଭଞ୍ଜନଗରର ଅଫିସ୍ ଦୁଇ ସଂପର୍କୀୟଙ୍କ ଘର ଓ ପୈତୃକ ଘର ଭଞ୍ଜନଗର ଥାନା ଅନ୍ତର୍ଗତ ଲୁଡ଼ୁଲୁଡ଼ି ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking