24.1 C
Bhubaneswar
Monday, February 9, 2026
Homeଓଡିଶାରାୟରଙ୍ଗପୁର କଚେରୀ ପଡ଼ିଆ ଠାରେ ଅନୁଷ୍ଠିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଲେ ଭକ୍ତ ଦାସ

ରାୟରଙ୍ଗପୁର କଚେରୀ ପଡ଼ିଆ ଠାରେ ଅନୁଷ୍ଠିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଲେ ଭକ୍ତ ଦାସ

ଭୁବନେଶ୍ଵର: ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦୁଇଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି । ପ୍ରଥମ ଦିନରେ ଶ୍ରୀଯୁକ୍ତ ଦାସ ମୟୁରଭଞ୍ଜ (ପଶ୍ଚିମ) ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଇରଙ୍ଗପୁରର କଚେରୀ ପଡ଼ିଆ ଠାରେ ଆଦିବାସୀଙ୍କ ନ୍ୟାୟ ପାଇଁ ଅନୁଷ୍ଠିତ ବିଶାଳ ସାଧାରଣ ସଭାରେ ଯୋଗଦେଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଡେଙ୍ଗୁରା ପିଟୁଥିବା ବିଜେପି ସରକାର ଗତ ୨୬ ମାର୍ଚ୍ଚ ଦିନ ରାଇରଙ୍ଗପୁର ବ୍ଳକର ପୁରୁଣାପାଣି ପଂଚାୟତର ୪୩ଜଣ ଆଦିବାସୀ ପରିବାରଙ୍କୁ ବୁଲଡଜର ଲଗାଇ ବାସଚ୍ୟୁତ କରିଦେଇଛନ୍ତି । ଦାଣ୍ଡବୋଷ ଏୟାରଷ୍ଟ୍ରିପ ସମ୍ପ୍ରସାରଣ ନାମରେ ପ୍ରଶାସନ ନିରୀହ ଆଦିବାସୀଙ୍କ ଉପରେ ଦାଉ ସାଧୁଛି ବୋଲି ସେ ଯୋଗଦେଇ କହିଥିଲେ। ଉକ୍ତ ପରିବାର ଗୁଡ଼ିକ ୪୦ ବର୍ଷରୁ ଅଧିକ ସମୟ ଧରି ଚାରଣଭୂମିରେ ରହୁଥିଲେ। ପ୍ରଶାସନ କୌଣସି ଉଦ୍ଦେଶ୍ୟ ପାଇଁ ଜମି ଅଧିଗ୍ରହଣ କରିବାପୂର୍ବରୁ ଅନୁସୂଚିତ ଅଂଚଳରେ ବାଧ୍ୟତାମୂଳକ ଗ୍ରାମସଭା କରିନଥିଲା। ବିସ୍ଥାପନ ପୂର୍ବରୁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା । ପ୍ରକୃତରେ ୩୦ ଦିନର ନୋଟିସ ଅବଧୂରୁ ୮ ଦିନ ପରେ ଘରଭାଙ୍ଗି ଦିଆଯାଇଥିଲା। ସେମାନଙ୍କୁ ଗୋଟିଏ ସପ୍ତାହ ପାଇଁ କୌଣସି ପଲିଥୁନ ଦିଆଯାଇ ନଥୁଲା । ଭୋକ ଉପାସ ଏବଂ ମୁଣ୍ଡଫଟା ଖରାରେ ୪୦ ଟି ଆଦିବାସୀ ପରିବାର ଭୋକ ଉପାସରେ ଆଉଟପାଉଟ ହେଉଥିଲେ। ଜିଲ୍ଲା ପ୍ରଶାସନର ଏଭଳି ଅମାନବୀୟ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ଶ୍ରୀଯୁକ୍ତ ଦାସ । ସେ ଆହୁରି କହିଥିଲେ ଯେ ଏହା ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନିଜ ଅଂଚଳ। ଯେଉଁମାନେ ବିସ୍ଥାପିତ ହେଲେ ସେମାନେ ଆଦିବାସୀ ବର୍ଗର ଲୋକ। ସୁତରାଂ ସେମାନଙ୍କୁ ବିସ୍ଥାପନ କରିବାପାଇଁ ସରକାର ସାହସ ପାଇଲେ କେଉଁଠୁ ? ଏହା ମହାମହୀମ ରାଷ୍ଟ୍ରପତିଙ୍କ ପ୍ରତି ଘୋର ଅପମାନ । ସେ ଦାଣ୍ଡବୋଷରେ ଥିବା ପ୍ରଖ୍ୟାତ ସାନ୍ତାଳୀ ଭାଷାବିତ କିମ୍ବଦନ୍ତୀ ପୁରୁଷ ରଘୁନାଥ ମୁର୍ମୁଙ୍କ ସମାଧୂ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦାଣ୍ଡବୋଷକୁ ଏକ ଐତିହ୍ୟ ଗ୍ରାମ ଘୋଷଣା କରିବାକୁ ମଧ୍ୟ ଦାବି କରିଥିଲେ । ସମସ୍ତ କ୍ଷତିଗସ୍ତ ଓ ବାସଚ୍ୟୁତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବାକୁ ଶ୍ରୀ ଦାସ ଦାବି କରିଛନ୍ତି । ଭାଙ୍ଗି ଦିଆଯାଇଥିବା ଘରଗୁଡ଼ିକୁ ସରକାରଙ୍କ ସହାୟତାରେ ପୁନଃନିର୍ମାଣ କରାଯାଉ । କୋର୍ଟ ଜ୍ଞାତସାରରେ ଗ୍ରାମସଭା ଆୟୋଜନ କରାଯାଇ ତାର ନିଷ୍ପତି ଅନୁଯାୟୀ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯାଉ । ଯେଉଁ ଅଧିକାରୀମାନେ ଅମାନୁଷିକ ଭାବରେ ବିସ୍ଥାପିତ ଆଦିବାସୀଙ୍କ ଉପରେ ଯେଉଁ ଅତ୍ୟାଚାର କଲେ ସେମାନଙ୍କ ଉପରେ ପେଷା ଆଇନ ଓ ଗ୍ରାମସଭାକୁ ଅବମାନନା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନିଆଯାଉ ।

ଏହି ଅବସରରେ ଶ୍ରୀ ଦାସ ରୁଙ୍ଗଟା ପ୍ରକଳ୍ପରୁ ବିସ୍ଥାପିତ ହେବାର ସମ୍ଭାବନା ଥୁବା ଆନନ୍ଦପୁରର ଗ୍ରାମବାସୀଙ୍କ ଭେଟିଥିଲେ ଏବଂ ସେମାନଙ୍କର ଥଇଥାନ ଏବଂ ଆବାସ ପାଇଁ ଦୃଢ଼ ଦାବି କରିବେ ବୋଲି କହିଥିଲେ। ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବାପୂର୍ବରୁ ପିଚୁକୋଳି ଡାକବଙ୍ଗଳା ଠାରେ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବିସ୍ଥାପିତ ପରିବାରର ଲୋକମାନଙ୍କୁ ଭେଟିଥିଲେ। ଏହାପରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବଜାର ପରିକ୍ରମ କରିଥିଲେ । ଓ ମହାତ୍ମା ଗାନ୍ଧୀ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ଏକ ଜନସମ୍ପର୍କ ପଦଯାତ୍ରାରେ ସଭାସ୍ଥଳକୁ ଯାଇଥିଲେ।

ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ପୋଖରିଆ ଗାଁର ୪୩ ଆଦିବାସୀ ପରିବାରକୁ ପ୍ରଶାସନ ବୁଲଡଜର ଲଗାଇ ବାସଚ୍ୟୁତ କରିବାର ଖବର ପାଇ ପିସିସି ସଭାପତି ଶ୍ରୀ ଦାସ ପିସିସିର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଘୋଷଣା କରିଥିଲେ ଏବଂ ଉକ୍ତ କମିଟି ସଂପୃକ୍ତ ସ୍ଥାନକୁ ପରିଦର୍ଶନ କରି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ଭୁବନ ବିହାରୀ ସାହୁଙ୍କ ସଭାପତିତ୍ୱରେ ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିରୋଧ ଦଳ ଉପନେତା ଶ୍ରୀ ଅଶୋକ ଦାସ, ପୂର୍ବତନ ସିଡବ୍ଲୁସି ଅଧ୍ୟକ୍ଷ ସୁଶିଳା ତିରିଆ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଶ୍ୟାମଚରଣ ସାଂସଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ପିସିସି ପର୍ଯ୍ୟବେକ୍ଷକ ନଳିନୀକାନ୍ତ ମହାନ୍ତି, ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ର ବାନରା, ଲକ୍ଷ୍ମୀଧର ସିଂ, କ୍ଷିରୋଦ ଚନ୍ଦ୍ର ପାତ୍ର, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ଖୁଟିଆ, ଜବାମଣି ଟୁଡ଼ୁ, ବେରେଇ ସିକ୍ରା, ଗୋଲକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking