ଭଦ୍ରକ: ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ଆଜି ହେବାକୁ ଥିବା କଳସ ଶୋଭାଯାତ୍ରା ପୂର୍ବରୁ ସହରରେ ଭଦ୍ରକ ପୋଲିସ ପକ୍ଷରୁ ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏଥିରେ ସିଆରପିଏଫର ଏକ କମ୍ପାନୀ ସହ ୯ ପ୍ଲାଟୁନ ପୋଲିସ ସାମିଲ ହୋଇଥିଲେ । ସେହିପରି ରାମ ନବମୀ ପାଇଁ ବାଲେଶ୍ୱରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚରେ ଜିଲ୍ଲା ପୁଲିସର ବରିଷ୍ଠ ପୋଲିସ ଅଧିକାରୀ ମାନେ ସାମିଲ ହୋଇଥିଲେ । ସେହିପରି ରାମ ନବମୀ ପାଇଁ ବାଲେଶ୍ବରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବାଲେଶ୍ବର ଏପସି ସହ ନେତୃତ୍ବରେ ଫ୍ଲାଗ ମାର୍ଚ୍ଚରେ ହୋଇଛନ୍ତି । ଏଥିରେ ୨୦ ପ୍ଲାଟୁନ୍ ପୁଲିସ ସାମିଲ ହୋଇଛନ୍ତି । ମୁଖ୍ୟାଳୟରୁ କିଛି ଫୋର୍ସ ଓ ଗୋଟେ ପ୍ଲାଟୁନ୍ ବିଏସଏଫ ମଧ୍ୟ ସୁରକ୍ଷା ପାଇଁ ନିୟୋଜିତ ହେବେ । ଆଜି ସୁଦ୍ଧା ପୁଲିସ ସବୁ ସ୍ଥାନରେ ମୁତୟନ ହେବା ନେଇ ସୂଚନା ଦେଇଛନ୍ତି ଏସପି । ସେପଟେ ରାମ ନବମୀ ଉପଲକ୍ଷେ କୋରାପୁଟ ସହର ଗେରୁଆମୟ ପାଖେଇ ଆସୁଛି ରାମ ନବମୀ । ରାମ ନବମୀ ଉପଲକ୍ଷେ କୋରାପୁଟ ସହର ପ୍ରସ୍ତୁତ । କୋରାପୁଟର ବିଭିନ୍ନ ସହର ଗଳି କନ୍ଦି ମୁଖ୍ୟ ଛକକୁ ସୁନ୍ଦର ଭାବରେ ସଜେଇବା ସହ ଗେରୁଆମୟ ହୋଇଯାଇଛି ।










