21.1 C
Bhubaneswar
Monday, January 19, 2026
Homeଓଡିଶାଭଦ୍ରକ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ

ଭଦ୍ରକ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ

ପଞ୍ଚାୟତ ନିର୍ବାଚନ ପାଇଁ ପରିଶ୍ରମ କର: ନବୀନ
ଭୁବନେଶ୍ୱର, : ବିଗତ କିଛିଦିନ ଧରି ଶଙ୍ଖ ଭବନ ଠାରେ ଚାଲିଥିବା ବିଜୁ ଜନତା
ଦଳର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ସଂଗଠନକୁ ସଶକ୍ତ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା
ପାଇଁ ଜିଲ୍ଲା ନେତୃତ୍ୱ ମାନଙ୍କର ବୈଠକ ଚାଲିଛି । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ
କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ
ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି । ଏହି ସଭାରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଚାନ୍ଦବାଲି ବିଧାୟକ
ବ୍ୟୋମକେଶ ରାୟ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁବ୍ରତ
ରାଉତରାୟ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ
କର୍ମକର୍ତ୍ତାମାନେ ଯୋଗଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ସଭାରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ, “ଆପଣମାନେ ଏକଜୁଟ୍ ହୋଇ
ଲୋକଙ୍କ ପାଇଁ କାମ କରନ୍ତୁ। ଖାଲି ଆପଣଙ୍କ ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି
ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଦୁର୍ନୀତି ମଧ୍ୟ ଆରମ୍ଭ ହୋଇଛି । ଆମ ସରକାର ସମୟରେ ରାଜ୍ୟରେ
ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଥିଲା । ଆପଣମାନେ
ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣନ୍ତୁ, ଆମେ ଏକଜୁଟ୍ ହୋଇ ଲଢ଼େଇ କଲେ ପୁନର୍ବାର କ୍ଷମତାକୁ
ଆସିବା ।”
ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଗାମୀ ଦିନରେ
ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସୁସଂଗଠିତ ହୋଇ ରାଜ୍ୟରେ ଥିବା ବିଜେପି
ସରକାର ବିରୋଧରେ ଲଢ଼େଇ ଜାରି ରଖିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking