17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶପଶ୍ଚିମବଙ୍ଗରେ ବିଲ୍ ପାରିତ: ଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ

ପଶ୍ଚିମବଙ୍ଗରେ ବିଲ୍ ପାରିତ: ଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପାରିତ ହୋଇଛି ଦୁଷ୍କର୍ମ ବିରୋଧୀ ବିଲ୍ । ପଶ୍ଚିମବଙ୍ଗ ବିଧାନସଭାରେ ବିଲ୍ ଆଗତ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାଜିତା ମହିଳା ବା ଶିଶୁ ସୁରକ୍ଷା ବିଲରେ ଆଜୀବନ ଜେଲ୍ ବା ଫାଶି ଦେବାର ରହିଛି ଦଣ୍ଡବିଧାନ । ପାରିତ ହୋଇଥିବା ବିଲ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ପରେ ହେବ ଆଇନରେ ପରିଣତ । ପଶ୍ଚିମବଙ୍ଗ ଆର.ଜି କର ହସ୍ପିଟାଲରେ ଅଭୟା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ଚାଲିଥିବା ବିଶ୍ୱବ୍ୟାପି ଆନ୍ଦୋଳନ ସମୟରେ ପଶ୍ଚିମବଙ୍ଗ ସରକାରଙ୍କର ଏହା ବଡ ନିଷ୍ପତ୍ତି । ଯାହାକୁ ସମର୍ଥନ ଜଣାଇଛି ଭାରତୀୟ ଜନତା ପାର୍ଟି ।
ଏହି ବିଲରେ ରହିଥିବା ବ୍ୟବସ୍ଥା ଗୁଡିକ ହେଲା : ଆଜୀବନ ଜେଲ ହେବାର ବ୍ୟବସ୍ଥା, ଚାର୍ଜସିଟ ଦାଖଲ ହେବାର ୩୬ ଦିନ ମଧ୍ୟରେ ମୃତ୍ୟୁଦଣ୍ଡ , ଏଥିସହ ପୀଡିତାଙ୍କ ସମ୍ବଦ୍ଧୀୟ ଫଟୋ ବ ଅନ୍ୟ କୌଣସି ତଥ୍ୟ ପ୍ରକାଶ କଲେ ୩-୫ ବର୍ଷ ଜେଲ, ପ୍ରତି ଜିଲ୍ଲାରେ ସ୍ପେଶାଲ ଫୋର୍ସ-ଅପରାଜିତା ଟାକ୍ସ ଫୋର୍ସ ଗଠନ କରାଯିବ । ଅପରାଜିତା ଟାକ୍ସ ଫୋର୍ସ ଦୁଷ୍କର୍ମ , ଏସିଡ ଆକ୍ରମଣ ଏବଂ ଅସଦାଚରଣ ମାମଲାରେ ଉଚିତ ପଦକ୍ଷେପ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking