ଭୁବନେଶ୍ୱର : ସୁଭଦ୍ରା ଯୋଜନା ରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରେସମିଟରେ ସୂଚନା ଦେଇଛନ୍ତି । ୨୯ ଓ ୩୦ ଦୁଇ ଦିନ ହିତାଧିକାରୀଙ୍କ ପାଇଁ ଏନସିପିଆଇ କ୍ଲିଅର ବ୍ୟବସ୍ଥା କରାଯାଇଛି । ଏହି ଦୁଇ ଦିନ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁ ହିତାଧିକାରୀମାନେ ଫେଲ୍ୟୁର ହୋଇଛନ୍ତି ବ୍ୟାଙ୍କ ଯାଆନ୍ତୁ । ଯେଉଁମାନଙ୍କୁ କଲ ମେସେଜ ଆସିଛି ଯାଆନ୍ତୁ କହିଛନ୍ତି ପ୍ରଭାତୀ ପରିଡା । ବ୍ୟାଙ୍କରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବ୍ୟାଙ୍କରେ ବ୍ୟାନର ଲଗାଯାଇଛି ସେଠାକୁ ଯାଆନ୍ତୁ । ହିତାଧିକାରୀ ସହେଯାଗ କଲେ ଟଙ୍କା ପାଇପାରିବେ । ଏନପିସିଆଇ ବିଫଳରୁ ୩ ଲକ୍ଷ ୩୧ ହଜାର ଜଣ ଟଙ୍କା ପାଇନାହାନ୍ତି । ୧ ଲକ୍ଷ ୫୫ , ୧୫୮ ଜଣଙ୍କ କେଫ୍ୱାଇସି ପେଣ୍ଡିଂ ରହିଛି ।