32.1 C
Bhubaneswar
Tuesday, July 2, 2024
Homeଓଡିଶାବିଳମ୍ବରେ ରେଳ ଓଭରବ୍ରିଜ୍ ଓ ଦୁଇ ଗଳି ପୋଲ କାର୍ଯ୍ୟ ଆରମ୍ଭ

ବିଳମ୍ବରେ ରେଳ ଓଭରବ୍ରିଜ୍ ଓ ଦୁଇ ଗଳି ପୋଲ କାର୍ଯ୍ୟ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ ବା ବ୍ୟାସନଗର ସହର ର ମୂଖ୍ୟ ସମସ୍ୟା ଥିଲା ରେଲ ବାଇ ଫାଟକ ଦୁଇଟି ଫାଟକ ପଡ଼ିଲେ ସହର ବାସୀ ବା ପଥିକ ମାନେ ଘଣ୍ଟା ଘଣ୍ଟା ଧରି ଫାଟକ ଖୋଲିଲା ପର୍ଯ୍ୟନ୍ତ ଅପେକ୍ଷା କରି ବାକୁ ପଡୁ ଥିଲା l ଫାଟକ ଦୁଇଟି ଯାଜପୁର ରୋଡ ସହର ଦୁଃଖ ଥିଲା l ଗଳି ଫୋଲ ଓ ଓଭର ବ୍ରିଜ ପାଈ ଯାଜପୁର ରୋଡ ର ବିଭନ୍ନ ଗଣ ସଂଘଠନ ପକ୍ଷ ରୁ ଅନ୍ଧୋଲାନ୍20ବର୍ସ ଧରି ହୋଇଅସୁ ଥିଲାl ଶେଷ ରେ ରେଳବାଇ କର୍ତ୍ତୃପକ୍ଷ ଦାବି କୁ ମାନି ୫ ମାସ ତଳେଗଳି ପୋଲ ଓ ଓଭର ବ୍ରିଜ ପାଇଁ ଶିଳାନ୍ୟାସ କରି ଥିଲେ l ୩ଟି ରେଳ ପ୍ରକଳ୍ପର କାମ ଆରମ୍ଭ ହୋଇଛି ।

ପ୍ରକଳ୍ପ ଗୁଡିକ ହେ ବେଉଛି ବ୍ୟାସନଗର ସହରର ଦ୍ୱିତୀୟ ରେଳ ଓଭରବ୍ରିଜ୍ (ଗାୟତ୍ରୀବିହାର ରାସ୍ତା – ଗୋଶାଳା ଓଭରବ୍ରିଜ୍‌), ଗୋପବନ୍ଧୁ ଛକ ଓ ସତ୍ୟସାଇ କାର୍ଯ୍ୟାଳୟ ଶାଖା ଫାଟକ ନିକଟରେ ଦୁଇଟି ଗଳିପୋଳ । ଏଥିପାଇଁ ମୋଟ୍ ୧୦୧ କୋଟି ୪୯ ଲକ୍ଷ ୮୮୯୦୯ ଟଙ୍କା ମଞ୍ଜୁର ହୋଇଛି । ପ୍ରକାଶ ଯେ ବ୍ୟାସନଗର ସହରକୁ ଦୁଇ ଭାଗରେ ବିଭକ୍ତ କରୁଥିବା ୨ ରେଳ ଫାଟକ ନିକଟରେ ଗଳିପୋଲ ଓ ଏଠାରେ ଦ୍ୱିତୀୟ ଓଭରବ୍ରିଜ୍ ନିର୍ମାଣ ପାଇଁ ୨୨ ବର୍ଷ ଧରି ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଆସୁଥିଲା । ଏସମ୍ପ୍ରକ୍ ରେ ଏକ ଜନ ସ୍ଵୀତ ମାମଲା ମନ୍ୟ ବର ହାଇ କୋର୍ଟ ରେ ରୁଜୁ ହୋଇଥିଲା । ହେଲେ ତତ୍କାଳୀନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ଅଭାବ ଓ ଏହି ପ୍ରକଳ୍ପ ନିର୍ମାଣରେ ବାଧକ ସାଜିଥିଲା । ସେତେବେଳେ ଜମି ହସ୍ତାନ୍ତର ବିଳମ୍ବ ଯୋଗୁଁ କାର୍ଯ୍ୟ ହୋଇପାରିନଥିଲା ।

ହେଲେ ଗତ ଫେବୃଆରୀ ମାସ ୨୬ ତାରିଖରେ ୧୦୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୩ ପ୍ରକଳ୍ପ, ସହରରେ ଦ୍ୱିତୀୟ ଓଭରବ୍ରିଜ ଓ ଦୁଇରେଳ ଫାଟକ ନିକଟରେ ଗଳିପୋଲ ପାଇଁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଥିଲେ । ମlସେ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବବୋଲି ସୁଚନା ଦେଇ ଥିଲେ l ହେଲେ ଚଳିତ ଏବେ ରାଜ୍ୟରେ ବିଜେପି ସରକାର ଗଠନ ହେବାର ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଛି । ମାଟି ପରୀକ୍ଷା ପରେ ପିଲାର ନିର୍ମାଣ ପାଇଁ ଠିକାସଂସ୍ଥା ପକ୍ଷରୁ କାମ ଆରମ୍ଭ ହୋଇଛି । ଦୁଇଟି ଗଳିପୋଲ ଓ ଓଭରବ୍ରିଜ୍ କାର୍ଯ୍ୟ ଆରମ୍ଭ ହେବାପରେ ସହରବାସୀ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଗାୟତ୍ରୀ ବିହାର ରାସ୍ତାଠାରୁ ଗୋଶାଳାକୁ ସଂଯୋଗ କରିବାକୁ ଥିବା ଓଭରବ୍ରିଜ୍ ପାଇଁ କେନ୍ଦ୍ର ସରକାର ୪୪ କୋଟି ୩୯ ଲକ୍ଷ ୨୧ ହଜାର ୬୫୯ ଟଙ୍କା ମଞ୍ଜୁର କରିଥିବାବେଳେ ରାଜ୍ୟ ସରକାର ୫୭ କୋଟି ୧୦ ଢ଼ଲକ୍ଷ ୬୭ ହଜାର ୨୫୦ ଟଙ୍କା ମଞ୍ଜୁର କରିଛନ୍ତି । ଦୁଇଟି ଗଳିପୋଲ ପାଇଁ ମଧ୍ୟ ୪ କୋଟି ୮୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଉକ୍ତ କାର୍ଯ୍ୟ ୧୮ ମାସରେ ସଂମ୍ପୂର୍ଣ୍ଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ଓଭରବ୍ରିଜ୍ ପାଇଁ ମୋଟ୍ ୯୬.୬୫ କୋଟି ଟଙ୍କା ବ୍ୟୟ ହେବ । ଚଳିତ ମାସ ୧୯ ତାରିଖରେ ଟେଣ୍ଡର କରାଯାଇ କୋଲକାତାର ଆପୋଲ ଏଂଟରପ୍ରାଇଜ୍ ସଂସ୍ଥାକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ସେହିପରି ଉଭୟ ଫାଟକ ନିକଟରେ ୯ ଫୁଟ୍ ଉଚ୍ଚତା ଓ ୧୦ ଫୁଟ୍ ଚଉଡାରର ଗଳିପୋଲ ନିର୍ମାଣ ହେବବୋଲି ଠିକାସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଅତ୍ୟନ୍ତ ବ୍ୟସ୍ତବହୁଳ ପୂର୍ବତଟ ରେଳପଥର ବ୍ୟାସନଗର ଠାରେ ଥିବା ଦୁଇଟି ରେଳଫାଟକ ପ୍ରାୟ ପ୍ରତି ୫ ମିନିଟ୍‌ରେ ବନ୍ଦ କରାଯାଉଛି । ଏକାଧିକ ଟ୍ରେନ୍ ଯାତାୟତ ପାଇଁ ବହୁ ସମୟ ଧରି ଫାଟକ ପଡିରହୁଛି । ଫଳରେ ସହରର ସାଇ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଫାଟକରେ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଆମ୍ବୁଲାନ୍ସ, ରୋଗୀ ତଥା ସାଧାରଣ ଲୋକ ଘଂଟାଘଂଟା ଧରି ଅଟକି ରହୁଛନ୍ତି । ଫଳରେ ସହରରେ ଦ୍ୱିତୀୟ ଓଭରବ୍ରିଜ୍ ନିର୍ମାଣ ପାଇଁ ବହୁବର୍ଷ ଧରି ଦାବି ହୋଇଆସୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking