28.1 C
Bhubaneswar
Saturday, October 5, 2024
Homeଓଡିଶା୨୪ ବର୍ଷର ପାପ ପାଇଁ ବେଜେଡି କ୍ଷମା ମାଗୁ : ବିରଞ୍ଚି ତ୍ରିପାଠୀ

୨୪ ବର୍ଷର ପାପ ପାଇଁ ବେଜେଡି କ୍ଷମା ମାଗୁ : ବିରଞ୍ଚି ତ୍ରିପାଠୀ

ଭୁବନେଶ୍ୱର : ବିଜେପି ସରକାର ବିରୋଧରେ ନବୀନ ପଟ୍ଟନାୟକ ଆଣିଥିବା ଅଭିଯୋଗର କାଉଣ୍ଟର ଜବାବ ଦେଇଛି ବିଜେପି । ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ ନବୀନ ଗୋଟିଏ ସତ କଥା କହିଛନ୍ତି ଯେ ଲୋକ ସବୁ ଜାଣିଛନ୍ତି । ହଁ ଲୋକ ସବୁ ଜାଣିଲେ ବୋଲି ସେମାନେ ନବୀନଙ୍କୁ ପ୍ରତ୍ୟାଖ୍ୟାନ କଲେ । ଲୋକ ସମର୍ଥନ ନାହିଁ ବୋଲି ୧୦୦ ଦିନ ପରେ ବି ନବୀନ ଗ୍ରହଣ କରିପାରୁନାହାନ୍ତି । ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ଗୋଟି ଗୋଟି ପୂରଣ କରୁଛି । ବିଜେପି ଯାହା କୁହେ ତାହା କରେ ।
୨୪ ବର୍ଷର ପାପ ପାଇଁ ବେଜେଡି କ୍ଷମା ମାଗୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ପ୍ରକାଶଯେ ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ନବୀନ ବିଜେପି ସରକାରଙ୍କୁ ନିଶାନା କରିଛନ୍ତି । ସେ କହିଛନ୍ତି ଯେ ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ସେମାନେ ବିଏସକେୱାଇର ନାମ ବଦଳାଇ ଦେଇଛନ୍ତି । ଲୋକ ସବୁ ଜାଣନ୍ତି । ୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା ଦେବେ କହିଥିଲେ । ମା ମାନଙ୍କୁ ୫୦ ହଜାର ଦେବେ ବୋଲି କହିଥିଲେ । କେତେ ଜଣ ପାଇଲେଣି । ଏ ସରକାରଙ୍କ ଉପରେ ଲୋକଙ୍କ ଭରସା ନାହିଁ । ଲୋକ ମିଛ ଜାଣିଲେଣି । ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ ଜିତିପାରିବେନି । ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି । ଆମେ ଲୋକଙ୍କ ହୃଦୟରେ ଅଛୁ । ସରକାରୀ କର୍ମଚାରୀମାନେ ରାଜଭବନରେ ବି ସୁରକ୍ଷିତ ନୁହନ୍ତି । ମୁଁ କ୍ଷମତାରେ ଥାଏ କି ନଥାଏ, ଲୋକଙ୍କ ସେବା ଜାରି ରାହିବ ବୋଲି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking