13.1 C
Bhubaneswar
Sunday, December 7, 2025
Homeଓଡିଶାଏନଏସି ମାନ୍ୟତା ଦାବିରେ ବେଗୁନିଆ ବନ୍ଦ

ଏନଏସି ମାନ୍ୟତା ଦାବିରେ ବେଗୁନିଆ ବନ୍ଦ

ଖୋର୍ଦ୍ଧା: ଏନଏସି ମାନ୍ୟତା ଦାବିରେ ବେଗୁନିଆ ବନ୍ଦ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବୋଲଗଡ, ଟାଙ୍ଗୀକୁ ପୂର୍ବ ସରକାର ସମୟରେ ଏନଏସି ଘୋଷଣା କରାଯାଇଥିଲା। ବର୍ତ୍ତମାନ ସରକାର କିଛି ଦିନ ତଳେ ୧୨ଟି ନୂଆ ଏନଏସି ଘୋଷଣା କରିଥିଲେ ସୁଦ୍ଧା ସେଥିରେ ଖୋର୍ଦ୍ଧା ଜିଲ୍ଲାର କୌଣସି ଅଞ୍ଚଳ ନଥିଲା । ଏହାର ପ୍ରତିବାଦରେ ବେଗୁନିଆରେ ଦେଖାଦେଇଛି ଘୋର ଅସନ୍ତୋଷ ଏବଂ ପ୍ରତିବାଦ । ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ବେଗୁନିଆ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବିଭିନ୍ନ ସରକାରୀ ବେସରକାରୀ କାର‌୍ୟ୍ୟାଳୟ, ସ୍କୁଲ,କଲେଜ ଗୁଡିକୁ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking