28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୁର

ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୁର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସିକରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପରେ ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂର ମଥାରୁ ସିନ୍ଦୁର ଲିଭି ଯାଇଛି। ରେଳ ଧାରଣାରୁ ମିଳିଛି ବରର ମୃତଦେହ। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସିକରିର ବେନିୟା ବାସ ଗ୍ରାମରେ ବସବାସ କରୁଥିବା ଭାଗଚନ୍ଦଙ୍କ ବିବାହ ପ୍ରୟାଗରାଜର କନ୍ୟା ରୁଷିଙ୍କ ସହିତ ଅକ୍ଟୋବର ୧୫ ତାରିଖରେ ଧୁମଧାମରେ ସମ୍ପର୍ଣ୍ଣ ହୋଇଥିଲା। ଏହାପରେ ଭାଗଚନ୍ଦ ପରିବାର ସହିତ ନବବଧୂକୁ ଧରି ପ୍ରୟାଗରାଜ-ବିକାନେର ଏକ୍ସପ୍ରେସରେ ଘରକୁ ଫେରୁଥିଲେ। ଏହି ସମୟରେ ଭାଗଚନ୍ଦ ହଠାତ ଟ୍ରେନ ସିଟରୁ କେଉଁଆଡେ ଚାଲି ଯାଇଥିଲେ।

ଟ୍ରେନରେ ଥିବା ପରିବାରଲୋକ ଭାଗଚନ୍ଦଙ୍କୁ ଅନେକ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ପରିବାରଲୋକ ଭାବିଥିଲେ ବୋଧ ହୁଏ ଭାଗଚନ୍ଦ ଅନ୍ୟ ବଗିରେ ରହି ଯାଇଛନ୍ତି ଆପଣାଛାଏଁ ସେ ନିଜ ସିଟକୁ ଚାଲି ଆସିବେ। ଅନେକ ସମୟ ବିତିଯାଇଥିଲେ ସୁଦ୍ଧା ଭାଗଚନ୍ଦଙ୍କ କେ?ଣସି ଖବର ନମିଳିବାରୁ ପରିବାରଲୋକ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଗୁରୁବାର ସକାଳେ ଜେତପୁର ରେଳ ଷ୍ଟେସନ ନିକଟରେ ପୁଲିସ ଭାଗଚନ୍ଦଙ୍କୁ ମୃତ ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ପାଇଥିଲା।

ମୃତଦେହ ପଡ଼ିଥିବା ସ୍ଥାନର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି କି ଭାଗଚନ୍ଦ ବୋଧ ହୁଏ ଟ୍ରେନ ଦ୍ୱାର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଅସାବଧାନତାବଶତଃ ତଳକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ପୁଅର ଧୁମଧାମ ବିବାହ ସରିଥିବା ବେଳେ ବର-ବଧୂଙ୍କୁ ସ୍ୱାଗତ ପାଇଁ ପରିବାରଲୋକ ଘରେ ଅପେକ୍ଷା କରି ରହିଥିବା ବେଳେ ଏଭଳି ଏକ ଦୁଃଖଦ ଖବର ମୃତକ ଭାଗଚନ୍ଦଙ୍କ ପରିବାରଲୋକଙ୍କୁ ସ୍ତବ୍ଧ କରି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking