18.1 C
Bhubaneswar
Wednesday, February 4, 2026
Homeଅପରାଧକଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ମାଡ଼

କଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ମାଡ଼

ନବରଙ୍ଗପୁର : କଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ମାଡ଼ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ପ୍ରେମୀ ଯୁଗଳଙ୍କୁ କପଡ଼ାରେ ଆଖି ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ।  ପ୍ରେମୀ ଯୁଗଳ ମାଡ଼ ନ ମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା କୌଣସି ଦୟା ନ ଦେଖାଇ ଆଖିବୁଜା ମାଡ଼ ମାରିଛନ୍ତି ଗ୍ରାମବାସୀ । କଙ୍ଗାରୁ କୋର୍ଟରେ ମାଡ଼ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଝରିଗାଁ ବ୍ଲକର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରି ଆସୁଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ପରିବାର ଲୋକ ସହ ଗ୍ରାମବାସୀ ପ୍ରେମୀ ଯୁଗୋଳଙ୍କୁ ଧରି ଆଖିରେ ପଟି ବାନ୍ଧି ସର୍ବ ସମ୍ମୁଖରେ ନିର୍ଦ୍ଧୁମ ଛେଚି ଥିଲେ। କଙ୍ଗାରୁ କୋର୍ଟରେ ମାଡ଼ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ତେବେ ଏ ନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking