27.1 C
Bhubaneswar
Saturday, July 12, 2025
Homeଓଡିଶାଫୋନକୁ ତକିଆ ତଳେ ରଖି ଶୋଉଥିଲେ ହୋଇଯାଆନ୍ତୁ ସାବଧାନ!

ଫୋନକୁ ତକିଆ ତଳେ ରଖି ଶୋଉଥିଲେ ହୋଇଯାଆନ୍ତୁ ସାବଧାନ!

ଭୁବନେଶ୍ୱର: ଶୋଇବା ସମୟରେ  ଫୋନକୁ ନିଜଠାରୁ ଦୂରରେ ରଖିବା ଉଚିତ ।  ଫୋନର ରେଡିଏସନ , ଆଲୁଅ ନିଦ୍ରା ଭଙ୍ଗ କରିଥାଏ ।  ଶେଷରେ ମୁଣ୍ଡବିନ୍ଧାର କାରଣ ହୋଇଥାଏ ।  ଶୋଇବା ବେଳେ  ଫୋନକୁ ପାଖରେ ରଖିବା ଦ୍ୱାରା   ଏହାର ନୋଟିଫିକେସନ  ଏବଂ ରେଡିଏସନ ବହୁତ ହଇରାଣ କରିଥାଏ ।  ମୋବାଇଲର ରେଡିଏସନ  ମୁଣ୍ଡରେ ଚାପ ସୃଷ୍ଟି କରାଏ ।   ଫୋନକୁ ସବୁବେଳେ  ପାଖରେ ରଖି ଶୋଇବା ଦ୍ୱାରା ଏସବୁ ସମସ୍ୟା ହୋଇପାରେ । ଶେଷରେ ଅନେକ ପ୍ରକାର ରୋଗ ଦେଖାଦିଏ ।  ଶରୀରରେ ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦିଏ । ଫୋନକୁ ଠିକ ଭାବେ ପବନ ନ ବାଜିଲେ ସେ ଗରମ ହୋଇ ବ୍ୟାଟେରୀ ବିସ୍ଫୋରଣ ହେବାର ମଧ୍ୟ ସମ୍ଭାବନା  ଥାଏ । ରାତିରେ ଫୋନ ଚଲାଇବା ବେଳେ   ମୋବାଇଲର ଆଲୁଅ ଆଖିକୁ କ୍ଷତି ପହଞ୍ଚାଏ ।  ଯାହା ଆଖି ସମସ୍ୟା ଦେଖାଦିଏ ।  ମୋବାଇଲ ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ରାତିରେ  ଫୋନ ବ୍ୟବହାର କରିବା ଏକ ଖରାପ ଅଭ୍ୟାସ ।  ଯାହା ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking