ଭୁବନେଶ୍ୱର: ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ଅନେକ ଘରୋଇ ଜିନିଷରୁ କର୍କଟ ହେବାର ସମ୍ଭାବନା ରହିଛି। ନନ୍-ଷ୍ଟିକ୍ ରୋଷେଇ ପାତ୍ର, ପ୍ଲାଷ୍ଟିକ୍ ପାତ୍ର, ଘର ସଫାକାରୀ ଜିନିଷଠାରୁ ଆରମ୍ଭ କରି ମହମବତୀ କସ୍ମେଟିକ ପର୍ଯ୍ୟନ୍ତ ସବୁକିଛି ସାଜିପାରେ କ୍ୟାନ୍ସରର କାରଣ। ଅନେକ ପାରମ୍ପରିକ ଘରୋଇ ସଫାକାରୀ ଉତ୍ପାଦରେ ଫର୍ମାଲ୍ଡାଇଡ୍, ଆମୋନିଆ ଏବଂ କ୍ଲୋରିନ୍ ବ୍ଲିଚ୍ ଭଳି କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଥାଏ।ଯାହା ଆପଣଙ୍କ ଶରୀରରେ କର୍କଟ ରୋଗ ସୃଷ୍ଟି କରିପାରେ।ଏଥିପାଇଁ ପରିବେଶ ଅନୁକୂଳ, ଅଣ-ବିଷାକ୍ତ ବିକଳ୍ପ ଖୋଜିବା କିମ୍ବା ଭିନେଗାର ଏବଂ ବେକିଂ ସୋଡ଼ା ଭଳି ସରଳ ଉପାଦାନ ବ୍ୟବହାର କରିବା ଆବଶ୍ୟକ।
ପ୍ଲାଷ୍ଟିକ୍ ଖାଦ୍ୟ ସଂରକ୍ଷଣ ପାତ୍ରରେ ବିସଫେନୋଲ୍ ଏ (ବିପିଏ) ଏବଂ ଫାଥଲେଟ୍ସ ଥାଇପାରେ,ଏହି ଉଭୟ ରାସାୟନିକ ଦ୍ରବ୍ୟ କର୍କଟ ରୋଗ ସୃଷ୍ଟିକାରୀ।ଯାହା ଆପଣଙ୍କ ଶରୀରରେ କର୍ଶିନୋଜେନ୍ ଭାବେ କାମ କରେ ଓ କର୍କଟ ରୋଗ ସୃଷ୍ଟି କରିଥାଏ। ସେଥିପାଇଁ ଖାଦ୍ୟକୁ ସୁରକ୍ଷିତ ଭାବରେ ସଂରକ୍ଷଣ ଏବଂ ପୁନଃ ଗରମ କରିବା ପାଇଁ କାଚ କିମ୍ବା ଷ୍ଟେନଲେସ୍-ଷ୍ଟିଲ୍ ପାତ୍ର ବାଛନ୍ତୁ। ଟେଫଲନ୍-ଲେପିତ ପ୍ୟାନ୍ ରୋଷେଇ ଏବଂ ସଫା କରିବା ସହଜ କରିପାରେ, କିନ୍ତୁ ଉଚ୍ଚ ତାପମାତ୍ରାରେ ଗରମ କଲେ ଏହା କ୍ଷତିକାରକ ପରଫ୍ଲୋରିନେଟେଡ୍ ରାସାୟନିକ ପଦାର୍ଥ ନିର୍ଗତ କରିଥାଏ।ଏଥିରେ ଦିଆଯାଇଥିବା ବୋରନ ପ୍ରଲେପ ଅନେକ ସମୟରେ କ୍ୟାନ୍ସରର କାରଣ ହୋଇପାରେ।ଏଥିପାଇଁ ସୁରକ୍ଷିତ ବିକଳ୍ପ ଭାବରେ ସିରାମିକ୍ କିମ୍ବା କାଷ୍ଟ-ଲୁହା କୁକ୍ୱେରୀ ବାଛନ୍ତୁ।
ମହମବତୀ ଜଳାଇବା ଦ୍ୱାରା ଟୋଲୁଇନ୍ ଏବଂ ବେଞ୍ଜିନ ଭଳି ରାସାୟନିକ ପଦାର୍ଥ ନିର୍ଗତ ହୁଏ, ଯାହା କର୍କଟ ରୋଗ ସହିତ ଜଡିତ।ଏଣୁ ଏହାର ଏକ୍ସପୋଜରକୁ କମ କରିବା ପାଇଁ, ସୋୟା ମହମବତୀ ପରି ପ୍ରାକୃତିକ ବିକଳ୍ପ ବାଛନ୍ତୁ। ଆମେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀ ରେ ପାରାଫିନ୍ ନାମକ ଯୌଗିକ ରହିଥାଏ।ଏହା କର୍କଟ ରୋଗ ସୃଷ୍ଟି କରିବାରେ ସହାୟକ ହୁଏ।ଏଥିପାଇଁ ମେକ୍ଅପ ପ୍ରଡକ୍ଟ ବାଛିବା ସମୟରେ ଧ୍ୟାନ ଦିଅନ୍ତୁ ।