19.1 C
Bhubaneswar
Sunday, November 24, 2024
Homeଓଡିଶାଡାଳଚୀନ କିଣୁଥିଲେ ସାବଧାନ !

ଡାଳଚୀନ କିଣୁଥିଲେ ସାବଧାନ !

ଭୁବନେଶ୍ୱର : ଡାଳଚୀନ ହେଉଛି ଏକ ମସଲା ଜାତୀୟ ଦ୍ରବ୍ୟ, ଯାହା ଘରେ ଘରେ ବ୍ୟବହୃତ ହୁଏ । ଏହାକୁ ରୋଷେଇରେ ସାମିଲ କରିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାରରେ ମଧ୍ୟ ଲାଗିଥାଏ । ଏହାର ସୁଗନ୍ଧ ବହୁତ ଭଲ ହୋଇଥାଏ । ଏହି ମସଲା ବ୍ଲଡ ଶୁଗାରକୁ ନିୟନ୍ତ୍ରଣ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଏହା ସହ ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ଗତ କିଛି ବର୍ଷ ହେବ ଡାଲଚିନ୍‌ ନାମରେ ଠକେଇ ଚାଲିଛି । ଭାରତର ପ୍ରାୟ କୋଟି କୋଟି ଲୋକ ପ୍ରତିଦିନ ଏହି ଠକେଇରେ ଶିକାର ହୋଇଛନ୍ତି । ବାସ୍ତବରେ ଆପଣ ଯେଉଁ ସାମଗ୍ରୀକୁ ବର୍ଷ ବର୍ଷ ଧରି ଡାଳଚୀନ ଭାବି ଖାଉଛନ୍ତି, ସେହି ସାମଗ୍ରୀ କିଛି ଅଲଗା ହୋଇଥାଏ । ଏହାକୁ ‘କାଷ୍ଟର ସେଲ’ କୁହାଯାଏ । ଏହା ଦେଖିବାକୁ, ବାସ୍ନା ଏବଂ ସ୍ୱାଦରେ ଡାଳଚୀନ ସହିତ କିଛି ମାତ୍ରାରେ ସମାନ ହୋଇଥାଏ । କିନ୍ତୁ ଏହା ଡାଳଚୀନ ନୁହେଁ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଗମ୍ଭୀର ରୋଗ ହୋଇପାରେ । ବଜାରରେ ଏହାର ମୂଲ୍ୟ ଡାଲଚିନ୍‌ ଠାରୁ ବହୁିତ କମ୍‌ ହୋଇଥାଏ । ଡାଲଚିନର ପ୍ୟାକେଟ୍‌ ଉପରେ ଯେଉଁ ଚିତ୍ର ଅଛି ତାହାକୁ ଦେଖି ଉଭୟଙ୍କ ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ ଭାବରେ ଜାଣିପାରିବେ ।

କାଷ୍ଟର ସେଲ ଏବଂ ଡାଳଚୀନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ସବୁଠାରୁ ବଡ ପାର୍ଥକ୍ୟ ହେଉଛି ଯେ ଏହା ଅଲଗା ଅଲଗା ଗଛରୁ ମିଳିଥାଏ । ଉଭୟରେ ରାସାୟନିକ ଗୁଣରେ ଖାସ୍‌ କରି କୁମାରିନ୍‌’ ର ମାତ୍ରାରେ ବହୁତ ପାର୍ଥକ୍ୟ ରହିଛି । କାଷ୍ଟର ସେଲରେ କୁମାରିନ ମାତ୍ରା ବହୁତ ଅଧିକ ଅଛି । କିନ୍ତୁ ପ୍ରକୃତରେ ଡାଲଚିନରେ କୁମାରିନର ମାତ୍ରା କମ୍‌ ରହିଥାଏ । ଆପଣଙ୍କୁ କହି ରଖୁଛୁ ଯେ, କୁମାରିନ୍‌ ଏକ ପ୍ରକାରର ରାସାୟନିକ ଯୌଗିକ ହୋଇଥାଏ । ଯାହା ସାଧାରଣ ଭାବରେ ଔଷଧୀୟ ଏବଂ ମସଲାରେ ମିଳିଥାଏ । ଏହାର ଅତ୍ୟଧିକ ପରିମାଣ ହେତୁ ଲିଭର ସମସ୍ୟା ଏବଂ କିଡନୀ ସମସ୍ୟା ମଧ୍ୟ ହୋଇଥାଏ । ଏହା ବ୍ୟତୀତ, ଏହାକୁ ଦୀର୍ଘ ଦିନ ଧରି ଖାଇଲେ କ୍ୟାନ୍ସର ଭଳି ଗମ୍ଭୀର ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking