24.1 C
Bhubaneswar
Tuesday, February 10, 2026
Homeଖେଳବିସିସିଆଇ ଘରୋଇ କ୍ରିକେଟ୍ ନିୟମରେ ପରିବର୍ତ୍ତନ

ବିସିସିଆଇ ଘରୋଇ କ୍ରିକେଟ୍ ନିୟମରେ ପରିବର୍ତ୍ତନ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟ୍ ନିୟମରେ କେତେକ ପରିବର୍ତ୍ତନ କରିଛି। ଏହି ଅନୁସାରେ ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ବ୍ୟବହାର କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ରିଟାୟର୍ଟ ହୋଇଥିବା ଖେଳାଳିଙ୍କୁ ପୁନର୍ବାର ଖେଳିବା ସୁଯୋଗ ମିଳିବ ନାହିଁ। ତାଙ୍କୁ ଆଉଟ୍ ବୋଲି ଧରାଯିବ। ବିସିସିଆଇ ରଣଜୀ ଟ୍ରଫି ୨୦୨୪-୨୫ର ନୂଆ ସିଜନ୍‌ର ଠିକ୍ ପୂର୍ବରୁ ଏ ସମ୍ପର୍କିତ ପ୍ରେସ୍ ରିଲିଜ୍ ଗୁରୁବାର ସନ୍ଧ୍ୟାରେ ପ୍ରତ୍ୟେକ ରାଜ୍ୟ ଟିମ୍‌କୁ ପଠାଇଛି। କ୍ରିକ୍‌ବଜ୍ ରିପୋର୍ଟ ଅପୁସାରେ ଏହି ନିୟମ ବିସିସିଆଇର ସମସ୍ତ ଘରୋଇ ମ୍ୟାଚ୍ ପାଇଁ ଲାଗୁ ହେବ। ଏହି ନୂଆ ନିୟମ ସମସ୍ତ ମଲ୍ଟି-ଡେ ମ୍ୟାଚ୍ ଏବଂ ସୀମିତ ଓଭର୍ ମ୍ୟାଚ୍ ପାଇଁ ମଧ୍ୟ ଲାଗୁହେବ।

ନୂଆ ନିୟମ ଅନୁସାରେ ଆଘାତ କିମ୍ବା ଅସମର୍ଥତା ବ୍ୟତୀତ ଅନ୍ୟ କୌଣସି କାରଣ ଯୋଗୁଁ ରିଟାୟର୍ ହୋଇଥିବା ବ୍ୟାଟର୍‌ଙ୍କୁ ଆଉଟ୍ ଧରାଯିବ। ଏପରିକି ତାଙ୍କୁ ବିପକ୍ଷ ଟିମ୍ କ୍ୟାପ୍‌ଟେନ୍‌ଙ୍କ ସହମତି ସତ୍ତ୍ୱେ ଦ୍ୱିତୀୟଥର ବ୍ୟାଟିଂ ସୁଯୋଗ ମିଳିବ ନାହିଁ। ଏହା ବ୍ୟତୀତ ଫିଲ୍ଡି ଅବସରରେ ଯଦି କୌଣସି ବୋଲର୍ କିମ୍ବା ଖେଳାଳି ବଲ୍‌ରେ ଲାଳ ବ୍ୟବହାର କରନ୍ତି, ତେବେ ଫିଲ୍ଡିଂ ଟିମ୍‌କୁ ଜୋରିମାନା କରାଯିବ। ଏହା ବ୍ୟତୀତ ବଲ୍‌କୁ ତୁରନ୍ତ ବଦଳାଯିବା ସହିତ ଖେଳାଳିଙ୍କୁ ଚେତାବନୀ ମଧ୍ୟ ଦିଆଯିବ। ବିସିସିଆଇ ରନ୍ ରୋକିବା ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। ଯଦି ବ୍ୟାଟର୍ ଏକ ରନ୍ ନେବାପରେ ଅଟକି ଯାଆନ୍ତି ଏବଂ ଓଭର୍‌ଥ୍ରୋ ପରେ ଜଣେ ଅନ୍ୟକୁ କ୍ରସ୍ କରିବା ପୂର୍ବରୁ ବଲ୍ ବାଉଣ୍ଡୀ ବାହାରକୁ ଚାଲିଯାଏ, ତେବେ ସ୍କୋର୍‌ରେ କେବଳ ୪ ରନ୍ ଯୋଗ ହେବ। ପୂର୍ବରୁ ବ୍ୟାଟର୍ ଦ୍ୱାରା ଦୌଡ଼ି ନିଆଯାଇଥିବା ରନ୍ ସହିତ ଓଭରଥ୍ରୋ ରନ୍ ବ୍ୟାଟର୍‌ଙ୍କ ଖାତାରେ ଯୋଡ଼ା ଯାଉଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking