ମୟୁରଭଞ୍ଜ: ବାରିପଦା ସହରରେ ବିଳମ୍ୱିତ ରାତି ପ୍ରାୟ ୨ ଟାରେ ଘଟିଲା ଅଘଟଣ, ଜଳିଗଲା ବ୍ୟାଟେରୀ ଗାଡି ସୋ ରୁମ। ଆକସ୍ମିକ ଅଗ୍ନି କାଣ୍ଡରେ ୩୨ ରୁ ଉର୍ଦ୍ଧ୍ବ ବ୍ୟାଟେରୀ ଗାଡ଼ି ଜଳି ପାଉଁଶ ହୋଇଗଲା। ତେବେ ଏଭଳି ଘଟଣା ଘଟିଛି ବାରିପଦା ସହରର ଦାରଗାଡ଼ାହି ସ୍ଥିତ କାଇନେଟିକ ଗ୍ରୀନ ନାମକ ଏକ ବ୍ୟାଟେରୀ ସୋ ରୁମରେ। ଖବରପାଇ ଘଟଣାସ୍ଥଳରେ ଦୁଇଟି ଫାୟାର ଗାଡ଼ି ପହଞ୍ଚି ଦୀର୍ଘ ୨ ଘଣ୍ଟାର ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଛି।ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ କୌଣସି ଜୀବନ ହାନି ହୋଇନଥିବା ଜଣାପଡିଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।










