21.1 C
Bhubaneswar
Friday, December 19, 2025
Homeଓଡିଶାସ୍ନାନ ଯାତ୍ରା : ଜଗିବେ ୬୮ ପ୍ଲାଟୁନ

ସ୍ନାନ ଯାତ୍ରା : ଜଗିବେ ୬୮ ପ୍ଲାଟୁନ

ପୁରୀ : ଆସନ୍ତା କାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ପୁରୀରେ ପ୍ରବଳ ଗହଳି ହେବ । ତେଣୁ ଶୃଙ୍ଖଳିତ ଦର୍ଶନ ତଥା ଭିଡକୁ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସ୍ନାନବେଦିକୁ ସୁଦୃଶ୍ୟ କରିବା ପାଇଁ ରଙ୍ଗତୂଳୀରେ ସଜ୍ଜୀକରଣ କାର୍ଯ୍ୟ ଜାରି ରହିଛି। ଅପରପକ୍ଷେ ଏତେ ସଂଖ୍ୟକ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୬୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୪ ଜଣ ଏସ୍‌ପି, ୧୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଡିଏସ୍‌ପି ରୢାଙ୍କ୍‌ର ଅଧିକାରୀ, ୩୫ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ପୂର୍ବବର୍ଷ ଯାହା ଦର୍ଶନ ବ୍ୟବସ୍ଥା ଥିଲା, ଚଳିତବର୍ଷ ସେହି ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି। ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ଓ ପ୍ରାୟ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଉଛି। ଭକ୍ତଙ୍କ ଏହି ଭିଡ଼କୁ ଆଖି ଆଗରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡରେ ଛାୟାପ୍ରଦ ସେଡ୍‌ ବ୍ୟବସ୍ଥା କରାଯାଉଛି। ଭକ୍ତମାନେ ମାର୍କେଟ୍‌ ଛକରୁ ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking