27.1 C
Bhubaneswar
Saturday, December 6, 2025
Homeଓଡିଶାବିଜେଡ଼ିରୁ ଇସ୍ତଫା ଦେଲେ ବାସୁଦେବପୁର ଗ୍ରାମପାୟତର ସମିତି ସଭ୍ୟ

ବିଜେଡ଼ିରୁ ଇସ୍ତଫା ଦେଲେ ବାସୁଦେବପୁର ଗ୍ରାମପାୟତର ସମିତି ସଭ୍ୟ

ପୁରୀ: ବୁଧବାର ପୁରୀ ସଦର ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମପାୟତର ସମିତି ସଭ୍ୟ ଅରୁଣ କୁମାର ମିଶ୍ର ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଜିଲ୍ଲା ସଭାପତି ଦିବାକର ପାତ୍ରଙ୍କ ଜରିଆରେ ପଠାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଶାସନ ଗାଡ଼ିରୁ ହଟିଛି । ଏଥି ସହ ପୁରୀ ଜିଲ୍ଲାରେ ଥିବା ୬ଟି ବିଧାନସଭା ଆସନ ମଧ୍ୟରୁ ୪ଟି ଆସନରେ ମଧ୍ୟ ପରାଜୟ ହୋଇଥିଲା । ସେହିପରି ଇସ୍ତଫା ଦେବା ପରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଗତ ୧୫ବର୍ଷ ହେବ ପୁରୀ ଜିଲ୍ଲାରେ ବିଜୁ ଜନତା ଦଳ ପାଇଁ ମୁଁ କାର୍ଯ୍ୟ କରିଛି । ବିଭିନ୍ନ ସମୟରେ ଜିଲ୍ଲାରେ ସଂଗଠନ ମଜବୁତ କରିବା ପାଇଁ ଅନେକ କାର୍ଯ୍ୟ କରିଛି । ମାତ୍ର ବିଗତ ଦିନରେ ଦଳୀୟ କନ୍ଦଳ ବଢିଛି । ଯାହା ଫଳରେ କି, ବିଜେଡି ସହ ସମ୍ପର୍କ ଛୀନ କରିବାକୁ ବାଧ୍ୟ ହେଉଛି । ସୂଚନା ଥାଉକି, ବାସୁଦେବପୁର ଗ୍ରାମପାୟତର ସମିତି ସଭ୍ୟ ଅରୁଣ କୁମାର ମିଶ୍ର ପୂର୍ବରୁ ଜିଲ୍ଲା ଯୁବ ବିଜେଡି ଉପସଭାପତି ଭାବେ କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking