28.1 C
Bhubaneswar
Thursday, November 21, 2024
Homeଓଡିଶାବାଲିଯାତ୍ରାରେ ବାସି ଖାଦ୍ୟ: ବିଭିନ୍ନ ଷ୍ଟଲରେ ଚଢାଉ

ବାଲିଯାତ୍ରାରେ ବାସି ଖାଦ୍ୟ: ବିଭିନ୍ନ ଷ୍ଟଲରେ ଚଢାଉ

କଟକ: କଟକ ବାଲିଯାତ୍ରାରେ ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ସକାଳୁ ସକାଳୁ ଖାଦ୍ୟ ଷ୍ଟଲରେ ଅଚାନକ ଚଢାଉ କରାଯାଇଛି । ଖବର ଅନୁଯାୟୀ, ଆଜି ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ଚଢାଉ କରିଥିଲେ । ଖାସ୍‌ କରି ବିଭିନ୍ନ ଷ୍ଟଲ୍‌ରେ ଖରାପ ତେଲ ଓ ବାସୀ ଖାଦ୍ୟ ଗୁଡିକ ରଖାଯାଇଥିବା ସଂପର୍କରେ ଖବର ପାଇଁ ଚଢାଉ କରିଛି ଫୁଡ୍‌ ସେଫ୍ଟି ଟିମ୍‌ । ଏହି ଚଢାଉରେ ବିଭିନ୍ନ ବାସୀ ଖାଦ୍ୟ ଏବଂ ଖରାପ ତେଲ ଜବକ କରି ନଷ୍ଟ କରାଯାଇଛି । ଏହାସହିତ ସଂପୃକ୍ତ ଦୋକାନୀକୁ ଫାଇନ୍‌ ମଧ୍ୟ କରାଯାଇଛି । ଏହି ଚଢାଉରେ ୪ଟି ଟିମ୍‌ ନିୟୋଜିତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking