ବରଗଡ: ବରଗଡ ପୀଡିତାଙ୍କ ମୃତ୍ୟୁ ଘଟଣାରେ ବଡ ଖୁଲାସା ହୋଇଛି ା ଆଇଜି, ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ ହୋଇଛି । ପାରିବାରିକ କଳହରୁ ଘଟଣାରୁ ଏହା ଘଟିଛି କହିଲେ ହିମାଂଶୁ ଲାଲ । ପୀଡିତାଙ୍କ ମାମୁ ଝିଅ ପୋଲିସର ପଚରାଉଚରା ବେଳେ ଅସୁସ୍ଥ ରହିଛି । ପୋଲିସର ପଚରାଉଚରା ବେଳେ ଚେତା ହରାଇଥିବା ସୂଚନା ମିଳିଛି । ସୂଚନାଥାଉ କି ଆଜି ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷିୟା ନାବାଳିକା ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ହସପିଟାଲକୁ ନିଆଯାଇଥିଲା ।ପୀଡିତାଙ୍କ ଶରୀରର ୭୦ ପ୍ରତିଶତ ନିଆଁରେ ପୋଡ଼ିଯାଇଛି । ତାଙ୍କୁ ସମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ଓ ବରଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି ହସ୍ପିଟାଲରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ ।ପରିବାର ଲୋକସଙ୍କ ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ତାଙ୍କ ମାମୁଁ ଘରରେ ରହି ପାଠ ପଢ଼ୁଥିଲେ ।










