22.1 C
Bhubaneswar
Wednesday, December 24, 2025
Homeଓଡିଶାଆଜିଠୁ ବରଗଡ ଧନୁଯାତ୍ରା

ଆଜିଠୁ ବରଗଡ ଧନୁଯାତ୍ରା

ବରଗଡ: ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ ପାଲଟିବ ମଥୁରା ଓ ଅମ୍ବାପଲ୍ଲୀ ପାଲଟିବ ଗୋପପୁର। ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ନ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ୟା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହା ପରେ ଧନୁଯାତ୍ରାର ପ୍ରଥମ ଦୃଶ୍ୟ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଦେବକୀଙ୍କୁ ରଥରେ ନେଇ ଯିବା ବେଳେ ଦୈବବାଣୀ ଶୁଣିବ କଂସ । ଏହା ପରେ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିବା ସହ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦି କରିବ କଂସ ମହାରାଜା । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠୁଥିବା ବେଳେ ଶେଷ ପର୍ଯାୟରେ ପହଞ୍ଚିଛିି ସମସ୍ତ ପ୍ରସ୍ତୁତି । ଚୋରି ଡକାୟତି ସହ ଆସାମାଜିକ କାର୍ଯ୍ୟକଳାପକୁ ରୋକିବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking