ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକ ଟି-୨୦ ମ୍ୟାଚ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ପାଇଁ କଟକ କମିସନରେଟ୍ ପୁଲିସ ଏଥର ବଡ଼ ପ୍ରସ୍ତୁତି କରିଛି । ଏହାରି ଭିତରେ ଆଜି ଓ ଆସନ୍ତାକାଲି ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ବିକ୍ରି କରାଯିବ । ୧୧ ହଜାର ଟିକେଟ୍ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । ମୋଟ ୪୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍ସ୍ପେକ୍ଟର ୪୦ ଜଣ, ଏସ୍ଆଇ ଓ ଏଏସ୍ଆଇ ୧୫୦ ଜଣ ନିୟୋଜିତ ହେବେ ।










