26.1 C
Bhubaneswar
Thursday, September 19, 2024
Homeଓଡିଶାସୀମା ଟପିଲା ବର୍ବରତା ; ଅସହାୟର ଫାଇଦା ଉଠାଇ କରୁଥିଲେ ଗଣଦୁଷ୍କର୍ମ,ଶେଷରେ..

ସୀମା ଟପିଲା ବର୍ବରତା ; ଅସହାୟର ଫାଇଦା ଉଠାଇ କରୁଥିଲେ ଗଣଦୁଷ୍କର୍ମ,ଶେଷରେ..

ଢେଙ୍କାନାଳ: ସୀମା ଟପିଲା ବର୍ବରତା । ଅସହାୟ ଯୁବତୀକୁ ଅନେକ ଦିନ ଧରି ଗଣ ଦୁଷ୍କର୍ମ କରୁଥିବା ଅଭିଯୋଗ । ତେବେ ପୀଡିତା ଜଣକ ଅସହାୟ ହୋଇଥିବା ବେଳେ ଫାଇଦା ଉଠେଇ ଥିଲେ ଦୁର୍ବୃତ୍ତ । ତେବେ ସେ ଗର୍ଭବତୀ ରହିଥିବା ଜାଣି ମଧ୍ୟ ରାକ୍ଷସ ଭଳି ଦୁଷ୍କର୍ମ କରି ଆସୁଥିଲେ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଲଜ୍ଜା ଜନକ ଘଟଣା । ତେବେ ଏହି ଖବର ପ୍ରସାରିତ ହେବା ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । କଥାରେ ଅଛି ଦୁଃଖ ଯେତେବେଳେ ଆସେ ପରିବାର ପରିଜନଙ୍କୁ ସାଙ୍ଗରେ ନେଇ ଆସେ ।

ଏହି ଉକ୍ତି ଢେଙ୍କାନାଳର ପୀଡିତାଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଭଳି ମନେ ହେଉଛି । ଯୁବତୀଙ୍କର ପ୍ରଥମେ ମାଆଙ୍କର ଦେହାନ୍ତ ହୋଇଯାଇଥିଲା । ଅନ୍ୟପଟେ ବାପା ମଧ୍ୟ ମାନସିକ ବିକାରଗ୍ରସ୍ତ ଥିଲେ । ତେବେ ଏହାର ଫାଇଦା ଉଠାଇ ପ୍ରତିଦିନ ରାତିରେ ଏକାଧିକ ଯୁବକ ପୀଡିତାଙ୍କ ଘରକୁ ଆସି ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ତେବେ ପୀଡିତା ଗର୍ଭବତୀ ଥିବା ଜାଣି ମଧ୍ୟ ଦୁଷ୍କର୍ମ କରି ଆସୁଥିଲେ । ତେବେ ପୀଡିତା ବର୍ତ୍ତମାନ ୭ ମାସର ଗର୍ଭବତୀ ରହିଥିବା ସୂଚନା ରହିଛି । ଏହି ଘଟଣାରେ ସଦର ଥାନା ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏହି ବର୍ବର କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking