କଟକ : ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର ଓ ସଂପ୍ରସାରଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କହିଲେ ଓସିଏ ସମ୍ପାଦକ । ଡିପିଆର ପ୍ରସ୍ତୁତ କରି ସରକାରଙ୍କୁ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଷ୍ଟାଡିୟମରେ କ୍ରିକେଟ ସହ ଅନ୍ୟ ଖେଳର ବିକାଶ ମଧ୍ୟ କରାଯିବ । ଅନ୍ୟପଟେ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଲି ସମୀକ୍ଷା କରିଛନ୍ତି । ୯ ତାରିଖରେ ଅନୁଷ୍ଠିତ ହେବ ଦିନିକିଆ ମ୍ୟାଚ । ଦିନିକିଆ ମ୍ୟାଚ ଖେଳିବେ ଭାରତ – ଇଂଲଣ୍ଡ । ମ୍ୟାଚ ପୂର୍ବରୁ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।