22.1 C
Bhubaneswar
Friday, December 5, 2025
Homeଦେଶ ବିଦେଶବର୍ଷର ଶେଷ ମାସ ପାଇଁ ବ୍ୟାଙ୍କ ଛୁଟି ତାଲକା ପ୍ରକାଶ

ବର୍ଷର ଶେଷ ମାସ ପାଇଁ ବ୍ୟାଙ୍କ ଛୁଟି ତାଲକା ପ୍ରକାଶ

ମୁମ୍ବାଇ: ୨୦୨୫ ବର୍ଷର ଶେଷ ମାସ ପାଇଁ ବ୍ୟାଙ୍କ ଛୁଟି ତାଲକା ପ୍ରକାଶ ପାଇଛି । ଡିସେମ୍ବର ମାସରେ ପାଖାପାଖି ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଜଈଓ) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ତାଲିକା ପ୍ରକାଶ କରିଛି । ଡିସେମ୍ବରରେ ବ୍ୟାଙ୍କ ଛୁଟିର ତାଲିକା ବହୁତ ଲମ୍ବା ଥିବା ବେଳେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ତାରିଖରେ ଛୁଟି ଲାଗୁ ହେବ । ବ୍ୟାଙ୍କ ଛୁଟି ପ୍ରାୟତଃ ସ୍ଥାନୀୟ ଏବଂ ଆଞ୍ଚଳିକ ପର୍ବ ଉପରେ ଆଧାରିତ ହୋଇଥାଏ, ତେଣୁ ଛୁଟି ତାରିଖ ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ । ନେଗୋସିଆବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ଦିନ ତାଲିକା ଉପରେ ଆଧାରିତ ଏହି ଛୁଟିଦିନଗୁଡ଼ିକ ରାଜ୍ୟ ଏବଂ ପର୍ବ ଅନୁସାରେ ଅଲଗା ହୋଇଥାଏ । ତେବେ ଡିସେମ୍ବର ମାସରେ କେଉଁ ରାଜ୍ୟ ଏବଂ ସହରରେ କେବେ ବ୍ୟାଙ୍କ ବନ୍ଦ ରହିବ ଓ ଓଡ଼ିଶାରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ତାହାର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ । ତେବେ ଡିସେମ୍ବର ମାସରେ ଓଡିଶାରେ ୭ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଛୁଟିକୁ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ । ଆପଣ UPI ପେମେଣ୍ଟ, ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ଆପ୍ସ ଏବଂ ଅନଲାଇନ୍ ଟ୍ରାଞ୍ଜାକ୍ସନ ମାଧ୍ୟମରେ ବ୍ୟାଙ୍କିଂ କାମ ସହଜରେ କରିପାରିବେ । ଆପଣଙ୍କୁ ଚେକ୍, କ୍ୟାସ କିମ୍ବା ଲକର୍ ଭଳି ସେବା ପାଇଁ ଏକ ଶାଖାକୁ ଯିବାକୁ ପଡିବ, ତେଣୁ ଏଥିପାଇଁ ପୂର୍ବରୁ ଯୋଜନା କରିବା ଉଚିତ।

1 ଡିସେମ୍ବର (ସୋମବାର):- ଇଟାନଗର (ଅରୁଣାଚଳ ପ୍ରଦେଶ) ଏବଂ କୋହିମା (ନାଗାଲାଣ୍ଡ)ରେ ପ୍ରତିଷ୍ଠା ଦିବସ/ସ୍ବାଦେଶୀ ଆସ୍ଥା ଦିବସ
3 ଡିସେମ୍ବର (ବୁଧବାର):- ଗୋଆରେ ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ଦିବସ
7 ଡିସେମ୍ବର (ରବିବାର):- ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
12 ଡିସେମ୍ବର (ଶୁକ୍ରବାର):- ଶିଲଂରେ ପା ଟୋଗାନ୍ ନେଙ୍ଗମିଞ୍ଜା ସାଙ୍ଗମାଙ୍କ ମୃତ୍ୟୁ ବାର୍ଷିକୀ
13 ଡିସେମ୍ବର (ଶନିବାର):- ମାସର ଦ୍ୱିତୀୟ ଶନିବାର ଛୁଟି (ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ)
14 ଡିସେମ୍ବର (ରବିବାର):- ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
18 ଡିସେମ୍ବର (ଗୁରୁବାର):- ଶିଲଂ (ମେଘାଳୟ)ରେ ୟୁ ସୋସୋ ଥାମଙ୍କ ପୂଣ୍ୟତିଥି
19 ଡିସେମ୍ବର (ଶୁକ୍ରବାର):- ଗୋଆ ମୁକ୍ତି ଦିବସ
20-22 ଡିସେମ୍ବର (ଶନିବାର ଏବଂ ସୋମବାର) :- ସିକ୍କିମରେ ଲୋସୁଙ୍ଗ/ନାମସୁଙ୍ଗ ଉତ୍ସବ
21 ଡିସେମ୍ବର (ରବିବାର):- ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
24 ଡିସେମ୍ବର (ବୁଧବାର) :- ଆଇଜଲ (ମିଜୋରାମ), କୋହିମା (ନାଗାଲାଣ୍ଡ) ଏବଂ ଶିଲଂ (ମେଘାଳୟ)ରେ ଖ୍ରୀଷ୍ଟମାସ ପାଳନ
25 ଡିସେମ୍ବର (ଗୁରୁବାର) :- ବଡ଼ଦିନ ବା ଖ୍ରୀଷ୍ଟମାସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ
26 ଡିସେମ୍ବର (ଶୁକ୍ରବାର):- ଆଇଜଲ (ମିଜୋରାମ), କୋହିମା (ନାଗାଲାଣ୍ଡ) ଏବଂ ଶିଲଂ (ମେଘାଳୟ)ରେ ଖ୍ରୀଷ୍ଟମାସ
27 ଡିସେମ୍ବର (ଶନିବାର) :- ମାସର ଚତୁର୍ଥ ଶନିବାର (ସାରା ଦେଶରେ ବ୍ୟାଙ୍କ ବନ୍ଦ)
28 ଡିସେମ୍ବର (ରବିବାର):- ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ
30 ଡିସେମ୍ବର (ମଙ୍ଗଳବାର):- ଶିଲଂ (ମେଘାଳୟ)ରେ ୟୁ କିଆଙ୍ଗ ନାଙ୍ଗବାହଙ୍କ ମୃତ୍ୟୁ ବାର୍ଷିକୀ
31 ଡିସେମ୍ବର (ବୁଧବାର):- ଆଇଜଲ (ମିଜୋରାମ) ଏବଂ ଇମ୍ଫାଲ (ମଣିପୁର) ରେ ନୂତନ ବର୍ଷର ପୂର୍ବ ସନ୍ଧ୍ୟା/ଇମୋଇନୁ ଇରାଟପା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking