24.1 C
Bhubaneswar
Tuesday, February 10, 2026
Homeଓଡିଶାନକଲି ସୁନା ଦେଇ ୮୫ଲକ୍ଷ ଋଣ; ବ୍ୟାଙ୍କ ସୁନା ମୂଲ୍ୟାଙ୍କନକାରୀ ଗିରଫ

ନକଲି ସୁନା ଦେଇ ୮୫ଲକ୍ଷ ଋଣ; ବ୍ୟାଙ୍କ ସୁନା ମୂଲ୍ୟାଙ୍କନକାରୀ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୟୁକୋ ବ୍ୟାଙ୍କର ସୁନା ମୂଲ୍ୟାଙ୍କନକାରୀ ଭାବେ ଥିବା ପି.ସତ୍ୟରାମ ଆଚାରୀ ଓରଫ ବଣ୍ଟି ନକଲି ସୁନା ଜମା କରି ବ୍ୟାଙ୍କରୁ ସ୍ୱର୍ଣ୍ଣ ଋଣ ହାତେଇଥିଲେ। ଏ ଘଟଣା ଜଣାପଡ଼ିବା ପରେ ଶ୍ରୀ ଆଚାରୀ ଉକ୍ତ ଦିନ ଠାରୁ ଫେରାର ହୋଇଥିଲେ। ତେବେ ବାଲିଗୁଡା ପୁଲିସ ଜାଲିଆତି ଏବଂ ଠକେଇ ସମ୍ପର୍କିତ ଦସ୍ତାବିଜ ଆଧାରରେ ବ୍ରହ୍ମପୁର ପୁଲିସ ସହାୟତାରେ ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ୨୦୨୫ ମସିହା ମଇ ମାସ ୨୧ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ମାନସ ରଞ୍ଜନ ନାୟକ ଲିଖିତ ଭାବରେ ବାଲିଗୁଡା ଥାନାରେ ଏତଲାରେ ଦର୍ଶାଇଥିଲେ ଯେ ପି.ସତ୍ୟରାମ ଆଚାରୀ ବାଲିଗୁଡ଼ା ଶାଖା ୟୁକୋ ବ୍ୟାଙ୍କର ସୁନା ମୂଲ୍ୟାଙ୍କନକାରୀ ଭାବରେ କାର୍ଯ୍ୟ କରୁଥିଲେ। ଶ୍ରୀ ଆଚାରୀଙ୍କ ବାଲିଗୁଡ଼ା ବଜାରରେ ଗୋଟିଏ ଅଳଙ୍କାର ଦୋକାନ ଅଛି।

ଅଳଙ୍କାର ଦୋକାନରେ ଜି. ସୀମାଞ୍ଚଳ ରେଡ୍ଡୀ, ମିସ୍ ରୁନୁବାଳା ପ୍ରଧାନ ଏବଂ ମିସ୍ ସୁଦୀପ୍ତ ନାୟକ ନାମକ ତିନି ଜଣ ବ୍ୟକ୍ତି କାମ କରୁଥିଲେ। ଅଭିଯୁକ୍ତ ଶ୍ରୀ ଆଚାରୀ ସମ୍ପୃକ୍ତ କର୍ମଚାରୀଙ୍କ ମାଧ୍ୟମରେ ସିକ୍ୟୁରିଟି ଭାବରେ ନକଲି ସୁନା ଜମା କରି ୟୁକୋ ବ୍ୟାଙ୍କ, ବାଲିଗୁଡ଼ା ଶାଖାରୁ ସ୍ୱର୍ଣ୍ଣ ଋଣ ପାଇଥିଲେ। ସମ୍ପୃକ୍ତ ୩ କର୍ମଚାରୀଙ୍କ ଙ୍କ ନାମରେ ୧୪ଟି ସ୍ୱର୍ଣ୍ଣ ଋଣ ମଞ୍ଜୁର କରାଯାଇଥିଲା ଯାହାର ମୋଟ ପରିମାଣ ୮୫ ଲକ୍ଷ ୮୬ ହଜାର ଟଙ୍କା। ସୁନା ଋଣ ମଞ୍ଜୁର ହେବା ପରେ ଅଭିଯୁକ୍ତ ଶ୍ରୀ ଆଚାରୀ ନିଜର ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ସମସ୍ତ ଟଙ୍କା ନେଇଯାଇଥିଲେ। ଶ୍ରୀ ଆଚାରୀ ପ୍ରତାରଣାମୂଳକ ଉପାୟରେ ଋଣ ମଞ୍ଜୁର କରିବା ପାଇଁ ଅପରାଧିକ ଷଡ଼ଯନ୍ତ୍ର କରିଥିବାରୁ ତାଙ୍କୁ ଏହି ମାମଲାରେ ବାଲିଗୁଡ଼ା ଥାନା କେଶ ନଂ.-୧୬୨/ତା, ୨୧.୦୫.୨୦୨୫ରେ ଗିରଫ କରାଯାଇଛି। ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଯାଞ୍ଚ କରାଯିବା ସହ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସଆଇ ପ୍ରମୋଦ କୁମାର ଜେନାଙ୍କୁ ତଦନ୍ତ ଭାର ଦିଆଯାଇ ଥିବା ବିଷୟ ଏସଡିପିଓ ରାମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking