30.1 C
Bhubaneswar
Saturday, July 6, 2024
Homeଓଡିଶାଆସନ୍ତା ୮ରେ ବ୍ୟାଙ୍କ, କୋର୍ଟ ବି ଛୁଟି

ଆସନ୍ତା ୮ରେ ବ୍ୟାଙ୍କ, କୋର୍ଟ ବି ଛୁଟି

ଭୁବନେଶ୍ୱର: ଚଳିତବର୍ଷ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହା ଏକ ବିରଳ ରଥଯାତ୍ରା । ତେଣୁ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨ ଦିନ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ,କଲେଜ ଛୁଟି ରହିବ । ଏଥିସହିତ ୮ ତାରିଖରେ ରାଜସ୍ୱ, ବ୍ୟାଙ୍କ ଏବଂ କୋର୍ଟ ଛୁଟି ରହିବ ବୋଲି ବୁଧବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଆସନ୍ତା ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜୁଲାଇ ୭ ଓ ୮କୁ ଛୁଟି ଘୋଷଣା କରିଥିଲେ । ଏବର୍ଷ ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଛୁଟି ଘୋଷଣା କରାଯାଇଛି । ପୁରୀରେ ସମୀକ୍ଷା ବୈଠକରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରା । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking