33.1 C
Bhubaneswar
Thursday, September 19, 2024
Homeଓଡିଶାବାଣୀ ବିହାର ଆସୋସିଏଟ ପ୍ରଫେସର ନିଲମ୍ବିତ

ବାଣୀ ବିହାର ଆସୋସିଏଟ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଆସୋସିଏଟ ପ୍ରଫେସର ନିଲମ୍ବିତ । ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସର ନିଲମ୍ବିତ । ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କଲେ କୁଳପତି । ହେଡକ୍ୱାର୍ଟର ନ ଛାଡିବାକୁ ଆସୋସିଏଟ୍ ପ୍ରଫେସରଙ୍କୁ ନିର୍ଦ୍ଦେଶ । ସୂଚନା ଅନୁଯାୟୀ , ଗତ ସେପ୍ଟେମ୍ବର ୧୫ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଅନିଥେଲେ ଜଣେ ଛାତ୍ରୀ । ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏନେଇ ବିଶ୍ୱବିଦ୍ୟାଳୟର ଯୌନ ନିର୍ଯାତନା ସେଲ୍‌ରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ସେଲ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିବା ବେଳେ ଏହାର ମାସେ ପରେ ଅଭିଯୋଗ ହୋଇଥିଲା ପରେ ଘଟଣା ପଦାକୁ ଆସିଥିଲା । ପୀଡିତା ଛାତ୍ରୀ ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ଏକ ପାଠ୍ୟପୁସ୍ତକ ଆଣିବାକୁ ବିଭାଗକୁ ଯାଇଥିବା ବେଳେ ଜଣେ ଅଧ୍ୟାପକ ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ଏ ସମ୍ପର୍କରେ କାହାକୁ ନ ଜଣାଇବାକୁ ଅଧ୍ୟାପକଜଣକ ତାଙ୍କୁ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking