26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଅନ୍ଧାରରେ ଡୁବିଯିବ ବାଂଲାଦେଶ!

ଅନ୍ଧାରରେ ଡୁବିଯିବ ବାଂଲାଦେଶ!

ଢାକା: ଶେଖ ହସିନା ସରକାରଙ୍କ ପରାଜୟ ପରେ ବାଂଲାଦେଶରେ ଆର୍ôଥକ ସଙ୍କଟ ଗଭୀର ହେବାରେ ଲାଗିଛି । ଋଣ ପାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ବିଶ୍ୱ ବ୍ୟାଙ୍କ, ଆଇଏମଏଫ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଭଳି ସଂସ୍ଥାର କବାଟ ବାଡେଇଛନ୍ତି । ଏବେ ତାଙ୍କ ଆଗରେ ଏକ ନୂଆ ବିପଦ ଆସୁଛି । ବିଦ୍ୟୁତ ଯୋଗାଣ ବିଲ ସମାଧାନ ପାଇଁ ଆଦାନୀ ଗ୍ରୁପ ବାଂଲାଦେଶ ଉପରେ ଚାପ ପକାଇବା ଆରମ୍ଭ କରିଛି । ସେ ପ୍ରାୟ ୫୦୦ ମିଲିୟନ ଡଲାର୍ ଦେବାକୁ ଦାବି କରିଛନ୍ତି ।

ଆଦାନୀ ଗ୍ରୁପ ଏହାର ୧୬୦୦ ମେଗାୱାଟ ଗୋଡ୍ଡା ପ୍ଲାଣ୍ଟରୁ ବାଂଲାଦେଶକୁ ବିଦ୍ୟୁତ ଯୋଗାଇଥାଏ । ଶେଖ ହସିନା ସରକାର ସମୟରେ ଏହି ଚୁକ୍ତି ହୋଇଥିଲା । ବର୍ତ୍ତମାନ ମହମ୍ମଦ ୟୁନୁସ ଏହାକୁ ଏକ ମହଙ୍ଗା କାରବାର ବୋଲି କହିବା ଆରମ୍ଭ କରିଛନ୍ତି । ଏହି ଡିଲରେ ସ୍ୱଚ୍ଛତା ବଜାୟ ରଖାଯାଇ ନ ଥିବା ସେ କହିଛନ୍ତି । ଶେଖ ହସିନା ସରକାର ସମୟରେ କରାଯାଇଥିବା ଅନେକ ଭିତ୍ତିଭୂମି କାରବାର ଉପରେ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁନୁସ ସରକାର ପ୍ରାୟ ୫୦୦ ମିଲିୟନ ଡଲାରର ଏହି ଦେୟ ଦେବାକୁ ନାରାଜ । ଏଥିରେ ରାଗିଯାଇ ଆଦାନୀ ଗୋଷ୍ଠୀ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସଙ୍କଟ ହେଉଛି ବାଂଲାଦେଶର ଋଣ । ଆଦାନୀ ଗ୍ରୁପ ଅନୁଯାୟୀ, ସେମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ନିରନ୍ତର କଥାବାର୍ତ୍ତା କରୁଛନ୍ତି । ପ୍ରତ୍ୟେକ ପରିସ୍ଥିତି ବିଷୟରେ ଆମେ ସେମାନଙ୍କୁ ସୂଚନା ଦେଇଛୁ ।ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ପାଇଁ ଆମେ ପ୍ରତିବଦ୍ଧ । କିନ୍ତୁ ବିଚାରାଧୀନ ଦେୟ ଚିନ୍ତାର କାରଣ ପାଲଟିଛି । ଉଭୟ ଦଳର ନିଜସ୍ୱ ଦାୟିତ୍ୱ ଅଛି । ଯଦି ସେଗୁଡିକ ପୂରଣ ନ ହୁଏ ତେବେ ସମସ୍ୟା ଉପୁଜିବ । ରିପୋର୍ଟରେ ଦର୍ଶାଯାଇଛି ଯେ କେବଳ ବାଂଲାଦେଶର ବକେୟା ବିଦ୍ୟୁତ ବିଲ ୩.୭ ବିଲିୟନ ଡଲାରରେ ପହଞ୍ଚିଛି । ଏଥିମଧ୍ୟରୁ ପ୍ରାୟ ୪୯୨ ନିୟୁତ ଡଲାର କେବଳ ଆଦାନୀ ଗ୍ରୁପର ଅଟେ । ପଡୋଶୀ ଦେଶ ଅନ୍ୟ ଜିନିଷ ସହିତ ଆଦାନୀ ଗ୍ରୁପକୁ ପ୍ରାୟ ୮୦୦ ମିଲିୟନ ଡଲାର ଦେବାକୁ ପଡିବ । ଏସବୁ ନ ସୁଝିରେ ବାଂଲାଦେଶ ଅନ୍ଧାର ଆଗକୁ ଗତି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking