ନୂଆଦିଲ୍ଲୀ: ବାଂଲାଦେଶରେ ଛାତ୍ର ରାଜନୈତିକ ନେତାଙ୍କ ବିରୋଧରେ ହିଂସା ନିରନ୍ତର ଜାରି ରହିଛି । ୨୦୨୪ ଛାତ୍ର ଆନ୍ଦୋଳନରେ ଜଣେ ପ୍ରମୁଖ ବ୍ୟକ୍ତି ସମାନ ହାଦିଙ୍କ ମୃତ୍ୟୁର କିଛି ଦିନ ପରେ ସୋମବାର ଆଉ ଜମେ ଛାତ୍ର ନେତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାକୁ ନେଇ ଦେଶରେ ଆହୁରି ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁଯାୟୀ, ଏନସିପି ନେତା ମୋତାଲେବ ସିକଦରଙ୍କୁ ଆକ୍ରମଣକାରୀମାନେ ୧୧ଟା ୪୫ ସମୟରେ ଟାର୍ଗେଟ କରି ଗୁଳି ଚଳାଇଥିଲେ । ତାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଖୁଲନା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ମୋତାଲେବ ହେଉଛନ୍ତି, ଏନସିପି ଶ୍ରମିକ ଶକ୍ତିର ଜଣେ କେନ୍ଦ୍ରୀୟ ସଂଗଠକ ।










