16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଭାରତକୁ ଇଲିଶି ରପ୍ତାନି କଟକଣା ହଟାଇଲା ବାଂଲାଦେଶ

ଭାରତକୁ ଇଲିଶି ରପ୍ତାନି କଟକଣା ହଟାଇଲା ବାଂଲାଦେଶ

ଢାକା: ବାଂଲାଦେଶର ଅନ୍ତରୀଣ ସରକାର ଇତିମଧ୍ୟରେ ଭାରତକୁ ଇଲିଶି ରପ୍ତାନି ପ୍ରସଙ୍ଗରେ ଲାଗୁ କରିଥିବା କଟକଣାକୁ ହଟାଇ ଦେଇଥିବା ଜଣାପଡ଼ିଛି। ଇଲିଶି ବ୍ୟବସାୟୀଙ୍କ ଦାବିକୁ ସମ୍ମାନ ଜଣାଇ ବାଂଲାଦେଶ ସରକାର ଶନିବାର ଏଭଳି କଟକଣା ପ୍ରତ୍ୟାହାର କରିଥିବା କୁହାଯାଇଛି। ଫଳରେ ବାଂଲାଦେଶରୁ ଏଣିକି ଭାରତକୁ ୩୦୦୦ ଟନ୍‌ ଇଲିଶି ରପ୍ତାନି କରାଯିବ ବୋଲି ଜଣାପଡିଛି। ଆଗକୁ ଭାରତରେ ଦୁର୍ଗାପୂଜା ପାଳିତ ହେବାକୁ ଯାଉଥିବାବେଳେ ବିଶେଷ କରି ପଶ୍ଚିମବଙ୍ଗରେ ବାଂଲାଦେଶ ପଦ୍ମା ନଦୀ ଇଲିଶିର ପ୍ରବଳ ଚାହିଦା ରହିଛି। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨୨୧୭ କିମି ସୀମା ସଂଲଗ୍ନ ରହିଛି।

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗରେ ଇଲିଶି ରପ୍ତାନି କରି ବାଂଲାଦେଶର ମାଛ ବ୍ୟବସାୟୀମାନେ ପ୍ରଚୁର ଲାଭ କରିଥାନ୍ତି। ସୂଚନାଯୋଗ୍ୟ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା କାରଣ ଦର୍ଶାଇ ବାଂଲାଦେଶର ଅନ୍ତରୀଣ ସରକାର ଚଳିତମାସ ପ୍ରାରମ୍ଭରେ ଭାରତକୁ ଇଲିଶି ରପ୍ତାନି ଉପରେ କଟକଣା ଜାରି କରିଥିଲେ। ୨୦୨୩ରେ ବାଂଲାଦେଶରୁ ଭାରତକୁ ପ୍ରାୟ ୪୦୦୦ ଟନ ଇଲିଶି ରପ୍ତାନି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking