23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଶେଖ୍ ହସିନାଙ୍କୁ ବାଂଲାଦେଶ ସରକାରଙ୍କ କଡ଼ା ନିର୍ଦ୍ଦେଶ; ବିବାଦୀୟ ବୟାନବାଜିରୁ ନିବୃତ୍ତ ରୁହ, ଚୁପ୍ ବସ

ଶେଖ୍ ହସିନାଙ୍କୁ ବାଂଲାଦେଶ ସରକାରଙ୍କ କଡ଼ା ନିର୍ଦ୍ଦେଶ; ବିବାଦୀୟ ବୟାନବାଜିରୁ ନିବୃତ୍ତ ରୁହ, ଚୁପ୍ ବସ

ନୂଆଦିଲ୍ଲୀ: ଦେଶବ୍ୟାପୀ ଆଭ୍ୟନ୍ତରୀଣ ହିଂସାକାଣ୍ଡ ଅଣାୟତ୍ତ ହେବା କାରଣରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସି ଶରଣ ନେଇଥିବା ଶେଖ୍ ହସିନାଙ୍କୁ ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରଙ୍କ ପକ୍ଷରୁ ମିଳିଛି ବଡ଼ ଚେତାବନୀ । ଅନ୍ତରୀଣ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସ୍ ଆଜି ଶେଖ୍ ହସିନାଙ୍କ ସମ୍ପର୍କରେ ଟିପ୍ପଣୀ କରି କହିଛନ୍ତି ଯେ, ଭାରତରେ ଶେଖ୍ ହସିନା ଦେଉଥିବା ରାଜନୀତି ବୟାନ ଅଣବନ୍ଧୁତ୍ୱର ପରିଚୟ । ଭାରତ ଓ ବାଂଲାଦେଶକୁ ଅସହଜ ଅନୁଭବ ହେବା ଭଳି ରାଜନୈତିକ ଟିପ୍ପଣୀ କରିବା ପ୍ରକ୍ରିୟା ଠାରୁ ସେ ଦୂରେଇ ରହିବା ଉଚିତ୍ । ପ୍ରତ୍ୟର୍ପଣ ଅନୁରୋଧ ଭାରତ ପାଖରେ ନ ପହଞ୍ଚିବା ଯାଏ ହସିନା ସେଠାରେ ଚୁପ୍ ରୁହନ୍ତୁ ବୋଲି ୟୁନୁସ୍ କହିଛନ୍ତି ।

ୟୁନୁସ୍‌ଙ୍କ କହିବାନୁସାରେ “ବାଂଲାଦେଶ ଶେଖ ହସିନାଙ୍କ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ ପଠାଇବା ଯାଏ ଭାରତ ଯଦି ତାଙ୍କୁ ରଖିବାକୁ ଚାହୁଁଛି, ତେବେ ଏଥିପାଇଁ କେବଳ ଗୋଟିଏ ସର୍ତ୍ତ ହେଲା ସେ ଚୁପ୍ ରୁହନ୍ତୁ । ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କ ବେଶ୍ ନିବିଡ଼ । ଶେଖ ହସିନାଙ୍କ ବିନା ବାଂଲାଦେଶ ଆଉ ଏକ ଆଫଗାନିସ୍ତାନରେ ପରିଣତ ହୋଇଯିବ ବୋଲି ହସିନାଙ୍କ ଦଳ ଆୱାମୀ ଲିଗ୍ କରୁଥିବା ଅପପ୍ରଚାରକୁ ନୂଆଦିଲ୍ଲୀ ବିଶ୍ୱାସକୁ ନେବା ଉଚିତ୍ ନୁହେଁ । ଭାରତରେ ରହି ଶେଖ ହସିନା ଦେଉଥିବା ବୟାନ ଆଦୌ ଗ୍ରହଣୀୟ ନୁହେଁ । ସେ ବର୍ତ୍ତମାନ ଭାରତରେ ଅଛନ୍ତି । ସେଠାରେ ରହି ଏପରି ବୟାନ ଦେବା ଅନେକ ସମସ୍ୟା ସୃଷ୍ଟି କରିବ ।

ଯଦି ସେ ଚୁପ ରହିବେ, ତା’ହେଲେ ଆମେ ସବୁ କିଛି ଭୁଲିଯିବୁ । ଲୋକମାନେ ମଧ୍ୟ ତାଙ୍କୁ କ୍ଷମା କରିଦେବେ । କିନ୍ତୁ ଭାରତରେ ବସି ସେ ଯଦି ବିବାଦୀୟ ବୟାନବାଜି କରିବେ କିମ୍ବା ଏଠାରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିବେ ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ । ଅଗଷ୍ଟ ୧୩ରେ ହସିନା ନ୍ୟାୟ ପାଇଁ ଦାବି କରିଥିଲେ । ନିକଟରେ ଦେଶର ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ହତ୍ୟା ଓ ଭଙ୍ଗାରୁଜା ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସେ ଦାବି କରିଥିଲେ । ସେହିପରି ହସିନାଙ୍କ ଦଳ ଆୱାମୀ ଲିଗ୍ ମଧ୍ୟ ହସିନାଙ୍କ ବିନା ବାଂଲାଦେଶ ବିଭାଜିତ ହେବ ବୋଲି ବୟାନ୍‌ବାଜି କରିବାରେ ଲାଗିଛି । ତେବେ ଏପରି ବୟାନ ଭାରତ କିମ୍ବା ଆମ ପାଇଁ ଆଦୌ ଉଚିତ୍ ନୁହେଁ ବୋଲି ୟୁନୁସ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking