14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବାଂଲାଦେଶ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ: ୧୯ ମୃତ

ବାଂଲାଦେଶ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ: ୧୯ ମୃତ

ନୂଆଦିଲ୍ଲୀ : ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ସୋମବାର, ଜୁଲାଇ 21 ଦିନ ପ୍ରାୟ 1.30 ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଏକ F7 ବିମାନ ଥିଲା ଏବଂ ଏହା ଢାକାର ଉତ୍ତର ଉତ୍ତରା ଅଞ୍ଚଳର ଏକ କଲେଜ କ୍ୟାମ୍ପସରେ ଖସି ପଡ଼ିଥିଲା। ଦୁର୍ଘଟଣାରେ ପାଇଲଟଙ୍କୁ ମିସାଇ ୧୯ ଜଣଙ୍କର ମୃତ୍ୟୁ ଏବଂ ୭୦ ଜଣ ଆହତ ହୋଇଛନ୍ତି । ଢ଼ାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ବାଂଲାଦେଶ ବାୟୁସେନାର ଏକ ଏଫ୍-୭ ତାଲିମ ପ୍ରଦାନକାରୀ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ମାଇଲଷ୍ଟୋନ୍ କଲେଜର ଉତ୍ତରା କ୍ୟାମ୍ପସରେ ବିମାନଟି ଧକ୍କା ଖାଇଥିବା କୁହାଯାଉଛି । ଦୁର୍ଘଟଣା ଘଟିବା ବେଳେ କ୍ୟାମ୍ପସରେ ପିଲା ଥିଲେ ବୋଲି ଜଣାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବାଂଲାଦେଶ ସେନା କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଏବଂ ସିଭିଲ ଡିଫେନ୍ସର ଆଠଟି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking