ଭୁବନେଶ୍ୱର: ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ କେଉଁଝର ଜିଲ୍ଲାର ହାଟାଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଜିତେନ୍ଦ୍ର କୁମାର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ପଚରାଉଚରା ସମୟରେ ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ନଦେଇପାରି ବନ୍ଧା ହେଲେ ପିଇଓ । ଗିରଫ ପରେ ତାଙ୍କୁ କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ)ଙ୍କ ସମ୍ମୁଖରେ ହାଜର କରାଯିବାର ଯୋଜନା ରହିଛି। ସୂଚନାଯୋଗ୍ୟ, ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗତକାଲି ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢାଉ ଆରମ୍ଭ ହୋଇଥିଲା । ୪ ଡିଏସପି ଓ ୮ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ତଦନ୍ତ ସମୟରେ ଗୋଟିଏ ମାର୍କେଟ କମ୍ପେ୍ଲକ୍ସ, ୩ ମହଲା କୋଠା ଓ ୬ଟି ଫ୍ଲଟ୍ ଠାବ କରାଯାଇଛି । ୧୦୦ ଗ୍ରାମ୍ ସୁନା, ଗୋଟିଏ ଦାମୀ କାର୍ ଓ ୩୪ ଲକ୍ଷ ଟଙ୍କାର ଜମା ଜବତ କରାଯାଇଛି ।










