29.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶଚିକେନ୍‌ କବାବ୍‌ ଓ ମାଛରୁ ପ୍ରସ୍ତୁତ ଖାଦ୍ୟରେ ଆର୍ଟିଫିସିଆଲ ରଙ୍ଗ ବ୍ୟବହାର ବ୍ୟାନ୍‌

ଚିକେନ୍‌ କବାବ୍‌ ଓ ମାଛରୁ ପ୍ରସ୍ତୁତ ଖାଦ୍ୟରେ ଆର୍ଟିଫିସିଆଲ ରଙ୍ଗ ବ୍ୟବହାର ବ୍ୟାନ୍‌

ବେଙ୍ଗାଲୁରୁ : ଯଦି କେହି ଏହି ଖାଦ୍ୟରେ ଆର୍ଟିଫିସିଆଲ ରଙ୍ଗ ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଟନ କ୍ୟାଣ୍ଡି ଉପରେ ବ୍ୟାନ୍‌ ଲଗାଇବା ପରେ ଚିକେନ୍‌ କବାବ ଓ ମାଛରେ ତିଆରି ବ୍ୟଞ୍ଜନକୁ ନେଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାର ସୋମବାର ରାଜ୍ୟରେ ଚିକେନ୍ କବାବ ଏବଂ ମାଛରେ ତିଆରି ବ୍ୟଞ୍ଜନ ତଥା କବାବରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଏନେଇ ଅଧିକାରୀମାନଙ୍କୁ ସଚେତନାତାର ବାର୍ତ୍ତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ବିଭାଗ ଚିକେନ୍‌ କବାବ ଓ ମାଛରୁ ପ୍ରସ୍ତୁତ ଖାଦ୍ୟରେ କୃତ୍ରିମ ରଂଗର ବ୍ୟବହାର ନେଇ କଟକଣା ଲାଗୁ କରିବାକୁ ଆଦେଶ ଜାରି କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଖାଦ୍ୟ ସୁରକ୍ଷା ବିଭାଗର ଆୟୁକ୍ତଙ୍କୁ ଚିକେନ କବାବରେ କୃତ୍ରିମ ରଂଗର ପ୍ରତିକୂଳ ପ୍ରଭାବ ସଂପର୍କରେ ଯାଞ୍ଚ କରିବା ଓ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅନୁନ୍ନତ ଖାଦ୍ୟ ପଦାର୍ଥ ସେବନ କରିବା ଦ୍ବାରା ନିକଟରେ ଲୋକଙ୍କର ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥିବାର ଜଣାପଡ଼ିଛି। ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା କୃତ୍ରିମ ରଂଗ ବ୍ୟବହାର କରା ନଯିବା ଉଚିତ। ଏଥି ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ଦିଆଯିବା ଆବଶ୍ୟକ। ମନ୍ତ୍ରୀଙ୍କ ନିର୍ଦେଶ ପର ରାଜ୍ୟବ୍ୟାପୀ ଖାଦ୍ୟ ଯାଞ୍ଚ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking