ନୂଆଦିଲ୍ଲୀ : ସୁସ୍ଥ ଅଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଆରଏମଏଲ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ବ୍ଲଡ ପ୍ରେସର ସ୍ଥିର ରହିଥିବା ବେଳେ ମୁଣ୍ଡ ବୁଲାଉଥିବା ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି । ଏବେ ଷଡଙ୍ଗୀଙ୍କ ସହ ମୁକେଶ ରାଜପୁତ ଆଇସିୟୁରେ ଅଛନ୍ତି । ମେଡିକାଲ ଟିମର ସ୍ୱାସ୍ଥ୍ୟାଅନୁଧ୍ୟାନ ପରେ ଜେନେରାଲ ବେଡକୁ ଅଣାଯିବ । ଏମଆରଆଇ ଓ ସିଟି ସ୍କାନ ରିପୋର୍ଟ ସବୁକିଛି ଠିକ ଅଛି । ଆଜି ବି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ହସ୍ପିଟାଲ ଯାଇ ୨ ଆହତ ସାଂସଦଙ୍କୁ ଭେଟିଛନ୍ତି । ଗତକାଲି ସଂସଦରେ ଠେଲାପେଲା ବେଳେ ଆହତ ହୋଇଥିଲେ ଦୁଇ ସାଂସଦ ାବିରୋଧୀ ଦଳ ନେତା ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି ।