28.1 C
Bhubaneswar
Sunday, September 29, 2024
Homeଓଡିଶାବାଲେଶ୍ୱର : କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱର : କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱର : ଗୋଷ୍ଠୀ ସଂଘର୍ଷ ପାଇଁ ବାଲେଶ୍ୱରରେ କର୍ଫ୍ୟୁ ଜାରି ରହିଥିଲା । ବାଲେଶ୍ୱରରେ କୋହଳ ହୋଇଛି କର୍ଫ୍ୟୁ । କର୍ଫ୍ୟୁ ଭିତରେ ଇଣ୍ଟରନେଟ୍ ପାଇଁ ବାଲେଶ୍ୱରରେ ସଂଘର୍ଷ କରୁଥିଲେ ଲୋକେ । ଇଣ୍ଟରନେଟ ସେବା ପାଇବା ପାଇଁ ସହର ଛାଡି ଇଣ୍ଟରନେଟ ଆସୁଥିବା ଅଞ୍ଚଳରେ ଭିଡ ପରିଲକ୍ଷିତ ହୋଇଛି । ତେବେ ଆଜି ଦିନବେଳା କର୍ଫ୍ୟୁ କୋହଳ କରାଯାଇଛି । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ରାତି ୯ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ଏଥିସହ ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ମଧ୍ୟାନ ୨ଟା ଯାଏ” କର୍ଫ୍ୟୁ କୋହଳ କରାଯାଇଛି । ମୋବାଇଲ ଇଣ୍ଟରନେଟ୍ ସେବା ବ୍ୟତୀତ ସବୁ ଇଣ୍ଟରନେଟ ସେବାକୁ ଉପଲବ୍ଧ କରାଯାଇଛି । କିନ୍ତୁ ଅଧିକାଂଶ ଲୋକ ନିଜ କାର୍ଯ୍ୟରେ ମୋବାଇଲ ଇଣ୍ଟରନେଟ ଚଳାଉଛନ୍ତି । ଯାହାଫଳରେ ସେମାନେ ଅସୁବିଧାର ସାମ୍ନା କରୁଛନ୍ତି । ବାଲେଶ୍ୱରରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂଘର୍ଷ ମାମଲାରେ ୭୪୫ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking