ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ମସଜିଦର ପ୍ରୋଫାଇଲିଂ ଉପରେ ଟିପ୍ପଣୀ ଦେଇ ପାକିସ୍ତାନ ଫଶି ଯାଇଛି। ବେଲୁଚିସ୍ତାନର ନେତା ମୀର ୟାର ଶେହବାଜ୍ ଶରିଫ୍ ଏବଂ ପାକିସ୍ତାନକୁ ଜୋରସାର ଟାର୍ଗେଟ କରିଛନ୍ତି। ତାଙ୍କର ପୋଲ୍ ଖୋଲିବା ସହ ତାଙ୍କୁ ଆତଙ୍କୀ ଦେଶ ଭାବରେ ଘୋଷଣା କରିଛନ୍ତି। ଏହା ସହ କହିଛନ୍ତି, ପକିସ୍ତାନ ନିଜେ ହିଁ ବେଲୁଚିସ୍ତାନର ବହୁ ମସଜିଦକୁ ନଷ୍ଟ କରିଦେଇଛି। ମୀର ୟାର ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ସେହି ବୟାନ ଉପରେ ଟିପ୍ପଣୀ ଦେଇଛନ୍ତି, ଯେଉଁଥିରେ ସେ ଜମ୍ମୁ-କଶ୍ମୀରରେ ମସଜିଦ୍ ଓ ଏହାର ମ୍ୟାନେଜମେଣ୍ଟ କମିଟିର ପ୍ରୋଫାଇଲିଂକୁ ନିନ୍ଦା କରିଥିଲେ। ମୀର ୟାର ସ୍ପଷ୍ଟ କରିଛନ୍ତି ଯେ,ବେଲୁଚିସ୍ତାନ ଭାରତର ଆଭିମୁଖ୍ୟକୁ ସହ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛି। ବଲୁଚ ନେତା ମୀର ୟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ପାକିସ୍ତାନ ଏକ ଆତଙ୍କବାଦୀ ଦେଶ ଓ ହିନ୍ଦୁ, ଶିଖ୍, ଇସାଇ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାତାର କରେ। ପାକିସ୍ତାନ ସବୁବେଳେ ଭାରତ,ବଲୁଚିସ୍ତାନ,ଆଫଗାନିସ୍ତାନ ଏବଂ ଅନ୍ୟ ଦେଶର ସଂଖ୍ୟାଲଘୁଙ୍କ ଅଧିକାର ନେଇ ଭାଷଣ ଦେଇଥାଏ, କିନ୍ତୁ ନିଜ ଦେଶରେ ଧାର୍ମିକ ଓ ଜିହାଦୀ ଚରମପନ୍ଥୀଙ୍କ ବ୍ୟବହାର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କୁ ଭୟଭୀତ କରିବା ପାଇଁ ହତିଆର ଭାବରେ ବ୍ୟବହାର କରିଥାଏ।
ମୀରୟ ୟାର ଆହୁରି କହିଛନ୍ତି ଯେ, ପାକିସ୍ତାନ ବାହ୍ୟ ଶକ୍ତି ଦ୍ବାରା ବେଲୁଚିସ୍ତାନ ଗଣରାଜ୍ୟରେ ପ୍ରାୟ ୪୦ ମସଜିଦ୍କୁ ନଷ୍ଟ କରି ଦିଆଯାଇଛି। ଏଥିରେ ମସଜିଦ୍ ଉପରେ ସିଧା ବୋମାମାଡ଼,କୁରାନ ଜଳାଇବା ଓ ମସଜିଦର ମୁଖ୍ୟଙ୍କୁ ଅପହରଣ କରିଥାଏ। ପ୍ରଥମ ଶିକାର ବେଲୁଚିସ୍ତାନ ଗଣରାଜ୍ୟର ଶାସକ,କଲାତ୍ କେ ଖାନ୍ ମସଜିଦ୍ ଥିଲା,ଯେତେବେଳେ ଆମର ପଡୋଶୀ ପାକିସ୍ତାନର ଆକ୍ରମଣକାରୀ ସେନା ନିଜର ଟ୍ୟାଙ୍କ ଆଗକୁ ବଡାଇଥିଲେ ଓ ନାଗରିକଙ୍କ ଉପରକୁ ତୋପଖାନା ଓ ଗୁଳିମାଡ଼ କରିଥିଲେ। କଲାତ ଖାନ୍ ମସଜିଦ୍ରେ ଆଜି ବି ମୋର୍ଟାରର ଗୁଳି ଚିହ୍ନ ରହିଛି, ଯାହାକି ପାକିସ୍ତାନର କ୍ରୁରତା, କବଜା ଓ ଅଣ-ଇସ୍ଲାମୀ ବ୍ୟବହାରର ପ୍ରମାଣ। ଉଲ୍ଲେଖନୀୟ ଯେ, ଜମ୍ମୁ-କଶ୍ମୀର ସରକାର ମସଜିଦ୍, ମ୍ୟାନେଜମେଣ୍ଟ କମିଟି ଓ ଇମାମର ସୂଚନା ଏକାଠି କରିବା ପାଇଁ ଏହାର ପ୍ରୋଫାଇଲିଂ କରୁଛି। ଏଥିରେ ଚାରି ପୃଷ୍ଠାର ଫର୍ମ ଜାରି କରି ତାଙ୍କ ଫୋନ୍ ନମ୍ବର,ଆର୍ଥିକ ସୂଚନା ସମେତ ଅନ୍ୟ ବିବରଣୀ ମଗାଯାଇଛି। ଏହା ଉପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏହାର ନିନ୍ଦା କରିଛି।










