କଟକ: ସମୀର ଦେ’ ଙ୍କ ଦେହାନ୍ତରେ କଟକ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ। ଆଜିକା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ପ୍ରଶାସନ ର ନିଷ୍ପତ୍ତି। ବରିଷ୍ଠ ବିଜେପି ନେତା ତଥା ପୂର୍ୱତନ ମନ୍ତ୍ରୀ ସମୀର ଦେ’ ଙ୍କ ପରଲୋକ ଘଟିଛି । ୬୭ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିସ୍ଛାଧୀନ ଅବସ୍ଥାରେ ସମୀର ଦେଙ୍କର ଦେହାନ୍ତ ହୋଇଛି । ଏନେଇ ଘରୋଇ ହସ୍ପିଟାଲ ଡାକ୍ତରଙ୍କ ସୂଚନା ରହିଛି । ନିମୋନିଆ , କିଡନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଗୁରୁତର ଅବସ୍ଥାରେ ଚିକିସ୍ଛାଧୀନ ଥିଲେ ସମୀର ଦେ । ଫୁସଫୁସ ଜନିତ ସଂକ୍ରମଣରେ ସେ ଆକ୍ରାନ୍ତ ହୋଇ ଚିକିସ୍ଛାଧୀନ ରହିଥିଲେ । କିନ୍ତୁ ଏବେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ସମୀର ଦେ’ । ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ । କଟକ ବାଲିଯାତ୍ରା ବହୁ ଆଡମ୍ବର ସହ ହେଉଥିବା ବେଳେ ସମସ୍ତେ କଟକ ପ୍ରସିଦ୍ଧ ବାଲିଯାତ୍ରା କୁ ଅପେକ୍ଷା କରି ରହିଥାନ୍ତି ଏହି ପରିପେକ୍ଷୀରେ ଆଜି ସମୀର ଦେ’ ଙ୍କ ଦେହାନ୍ତ ହୋଇଛି , ଏଥିନେଇ ପ୍ରଶାସନ ଏକ ନିଷ୍ପତ୍ତି ନେଇଛନ୍ତି ଆଜି ଗୋଟେ ଦିନ ପାଇଁ କାର୍ଯ୍ୟକ୍ରମ ବନ୍ଦ ରହିବ ।