29.1 C
Bhubaneswar
Wednesday, March 11, 2026
Homeଓଡିଶାବିଜେଡି ଛାଡିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା

ବିଜେଡି ଛାଡିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା

ବାଲେଶ୍ୱର: ବାଲେଶ୍ୱରରେ ଭୁଶୁଡିଛି ବିଜେଡି ଗଡ । ଜଣଙ୍କ ପରେ ଜଣେ ଛାଡୁଛନ୍ତି ଦଳ । ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଲେ । ଗତକାଲି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବସ୍ତା ବ୍ଲକ ଅଧ୍ୟକ୍ଷା ବିଜେଡି ଛାଡିଥିଲେ । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ ଲେଖିଛନ୍ତି । ତାଙ୍କ ସ୍ତ୍ରୀ ଏବେ ବିଜେଡିରୁ ବସ୍ତା ନିର୍ବାଚନ ମଣ୍ତଳୀରେ ବିଧାୟକ ଅଛନ୍ତି ।ସେ କହିଛନ୍ତି, ଦଳ ସହିତ ଦୀର୍ଘ ଦିନର ଯାତ୍ରା ସ୍ମରଣୀୟ ହୋଇ ରହିବ । ଦଳର ସମସ୍ତ ଦାୟିତ୍ୱରୁ ତୁରନ୍ତ ଅବ୍ୟାହତି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ବାଲେଶ୍ୱର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିଲେ ରବୀନ୍ଦ୍ର ଜେନା । ଚର୍ଚ୍ଚା ହେଉଛି ଯେ କାଲି ସେ ବିଜେପିରେ ମିଶିପାରନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking