27.1 C
Bhubaneswar
Monday, February 2, 2026
Homeଅପରାଧବଳରାମ ହତ୍ୟା ଘଟଣା; ମା’-ପୁଅ କୋର୍ଟଚାଲାଣ, ଗିରଫ ସଂଖ୍ୟା ୫କୁ ବୃଦ୍ଧି

ବଳରାମ ହତ୍ୟା ଘଟଣା; ମା’-ପୁଅ କୋର୍ଟଚାଲାଣ, ଗିରଫ ସଂଖ୍ୟା ୫କୁ ବୃଦ୍ଧି

ରାଜନଗର: ରାଜନଗର ବ୍ଲକ୍ ରାଜନଗର ପଞ୍ଚାୟତ ଡିଆପାରୀ ଗ୍ରାମର ବଳରାମ ସେଠୀଙ୍କର ଗଳିତ ଶବ ଗତ ସୋମବାର ଦିନ କାଙ୍କଦିଆ କଙ୍କଡାଖାଇ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହି ହତ୍ୟା ଘଟଣାରେ କୋଇଲିପୁର ପଞ୍ଚାୟତ କାଙ୍କଦିଆ ଗ୍ରାମର ଭାଗ୍ୟଧର ଜେନାଙ୍କ ସ୍ତ୍ରୀ ଶଶୀକଳା ଜେନା ଓ ପୁଅ ସୁରଞ୍ଜନ ଜେନାଙ୍କୁ ପୁଲିସ ରାଜନଗର ଜେଏମ୍‌ଫସିଙ୍କ କୋର୍ଟକୁ ଚାଲାଣ କରିଛି । ଜାମିନ୍ ନାମାଞ୍ଜୁର ହେବାରୁ ମା’ ଓ ପୁଅଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ଭାଗ୍ୟଧରଙ୍କ ବିବାହିତା ଝିଅ ଜାମିନୀ ସ୍ୱାଇଁ(୨୭), ତେତେଲଙ୍ଗା ଗ୍ରାମର ବିଘ୍ନେଶ୍ୱର ମଳିକ ଓ ଭାଗ୍ୟଧରଙ୍କୁ ପୁଲିସ କୋର୍ଟଚାଲାଣ କରିଥିଲା। ପ୍ରକାଶ, ଡିଆପାରୀ ଗ୍ରାମର ବଳରାମ ସାନବଡଗୋପାଳପୁର ବୀଣାପାଣୀ ବଜାରରେ ଥିବା ସରକାରୀ ବିଦେଶୀ ମଦଦୋକାନ ସମ୍ମୁଖରେ ଚାଖଣା ଦୋକାନ କରିଥିଲା। ବଳରାମ ନଭେମ୍ବର ୩୦ତାରିଖ ରାତି ୭ଟା ସମୟରେ ନିଜ ବାଇକ୍‌ରେ ଭୋଜି ଖାଇବାକୁ କହି ଯାଇଥିଲେ ମଧ୍ୟ ଘରକୁ ଫେରିନଥିଲେ ।

ଚଳିତ ମାସ ୧ତାରିଖରେ ବଳରାମ ନିଖୋଜ ନେଇ ତାଙ୍କ ପୁଅ ବୁବୁ ସେଠୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ତାଙ୍କର ମୋବାଇଲ ନମ୍ବରକୁ ଟ୍ରାକିଂ କରିବାରୁ କୋଇଲିପୁର ପଞ୍ଚାୟତରେ ସୁଇଚ୍‌ଅଫ୍ ହୋଇଥିବା ଜାଣିବାକୁ ପାଇଥିଲା। ୪ତାରିଖ ଦିନ କୋଇଲିପୁର ପଞ୍ଚାୟତ କଙ୍କଦିଆ ଗ୍ରାମର ଭାଗ୍ୟଧର ଜେନାଙ୍କ ସହ ଅନ୍ୟ ୪ଜଣଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ଛାଡି ଦେଇଥିଲା। ବଳରାମଙ୍କ ସହିତ ଅଧିକ ଫୋନ୍‌କଲ୍ କରି କଥା ହୋଇଥିବା ଭାଗ୍ୟଧରଙ୍କ ପରିବାର ଉପରେ ପୁଲିସ ନଜର ରଖିଥିଲା। ଭାଗ୍ୟଧରଙ୍କୁ ଛାଡିବା ପରେ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ପୁଲିସ ଜାମିନୀ ଲୁଚିଥିବା ରାଜପୁର ପଞ୍ଚାୟତ ବଳଭଦ୍ରପ୍ରସାଦ ଗ୍ରାମରୁ ଥାନାକୁ ଆଣି ପଚରା ଉଚରା କରିବା ପରେ ବଳରାମର ମୃତ୍ୟୁ ନେଇ ତଥ୍ୟ ଉଗାଳିଥିଲା। ସୋମବାର ଦିନ ଜାମିନୀକୁ ନେଇ ଏହି ବ୍ଲକ କୋଇଲିପୁର ପଞ୍ଚାୟତ ନଦୀରେ ଲୀନ ହେଉଥିବା ପୁରୁଣା କାଙ୍କଦିଆ ଗାଁ ନିକଟ ପୋଖରୀରୁ ସେ ବ୍ୟବହାର କରୁଥିବା ସ୍ପେଣ୍ଡର ପ୍ଲସ ବାଇକ ସହ ଜ୍ୟାକେଟ ଓ ତାର ଗଳିତ ଶବ ଉଦ୍ଧାର କରିଥିଲା। ହତ୍ୟା ଘଟଣାରେ ଭାଗ୍ୟଧରଙ୍କ ସହିତ ତାଙ୍କ ସ୍ତ୍ରୀ ଶଶୀକଳା, ବିବାହିତା ଝିଅ ଜାମିନୀ ଓ ପୁଅ ସୁରଞ୍ଜନଙ୍କ ସହ ତେତେଲଙ୍ଗା ଗ୍ରାମର ବିଘ୍ନେଶ୍ୱରଙ୍କୁ ମିଶାଇ ମୋଟ ୫ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking