ପିପିଲି: ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା ମନରୁ ଲିଭିଣୁ ଆଉ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ପିପିଲି ନିକଟ ବଳଙ୍ଗା ଥାନା ବାୟାବର ଗାଁରେ ଆଉ ଏକ ଅମାନୁଷିକ କାଣ୍ଡ ଘଟିଛି । ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁସାରେ , ଗାଁ ପାଖ ନଦୀ ବନ୍ଧରୁ ତିନି ରୁ ଚାରି ଜଣ ଯୁବକ ନାବାଳିକାକୁ ଉଠାଇ ନେଇଥିଲେ । ସେଠାରୁ ଖସିବା ପାଇଁ ଚେଷ୍ଟା କରୁଥିବା ବେଳେ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଏହାପରେ ସେଠାରୁ ଖସି ପଳାଇଥିଲେ ଦୁର୍ବୃତ୍ତ । ଘଟଣା ପରେ ନାବାଳିକାକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ନାବାଳିକା ୭୦ ପ୍ରତିଶତ ପୋଡିଯାଇଛନ୍ତି । ଏମସର ବଣ୍ଣ ୟୁନିଟକୁ ନାବାଳିକାକୁ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ ଡାକ୍ତରୀ ଟିମ ଗଠନ କରି ଚିକିତ୍ସା ଜାରି ରଖିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚ୍ୱିଟ ଯୋଗେ କହିଛନ୍ତି, ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ । ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।
ଏଥି ସହିତ ପୁରୀ ଏସପି ପିନାକ ମିଶ୍ର ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରି କହିଛନ୍ତି ଏହା ଏକ ସମ୍ବେଦନ ଶୀଳ ଘଟଣା । ଏମ୍ସରେ କଂଗ୍ରେସ ଏବଂ ବିଜେଡି ଟିମ ପହଞ୍ଚି , ସେଠାରେ ନାରାବାଜି କରିଛନ୍ତି । ସ୍ପେଶାଲ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ସ୍ପର୍ଶକତାର ବିଷୟ, ଗୁରୁତର ସହ ନେଇଛୁ । କାହାରିକୁ ଅଟକ କରାଯାଇନି, କେବଳ ପଚରା ଉଚରା ଜାରି ରହିଛି । ଫେରେନସିକ ଟିମ ମଧ୍ୟ ଯାଞ୍ଚ ଆରମ୍ଭ କରିସାରିଛି । ଡିଜିପି ୱାଇ ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ତଦନ୍ତ କରାଯାଉଛି , ଖୁବଶୀଘ୍ର ଧରାପଡିବେ । । ବିଜେପି ବିଧାୟକ ଦଳ ଏମ୍ସ ବଣ୍ଣ ୟୁନିଟକୁ ଯାଇ ପୀଡିତାଙ୍କୁ ଦେଖା କରିଛନ୍ତି । ନିକଟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ବାଲେଶ୍ୱର ଘଟଣାକୁ ସପ୍ତାହେ ନପୁରୁଣୁ ପୁଣି ଏକ ଘଟଣା ଶୁଣି ମୁଁ ମର୍ମାହତ । ମହିଳାମାନଙ୍କ ବିରୋଧରେ ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି । ସରକାରୀ ନିଷ୍କ୍ରିୟତା, ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ । ଏହି ଘଟଣା ପରେ ବିରୋଧୀ ଏମସ ବଣ୍ଣ ସାମ୍ନାରେ ହୋହଲ୍ଲା ନାରାବାଜି କରିଛନ୍ତି ।










