ପୁରୀ: ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣା । ନାବାଳିକାଙ୍କୁ ୩ ଦୁର୍ବୃତ୍ତ ଜାଳିଥିଲେ, ଯାହା ପରେ ସେ ଭୁବନେଶ୍ୱର ଏମ୍ସ ରେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି । ଏହି ସମୟରେ ପୋଲିସ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ପୀଡିତାଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଛାନଭିନ କରୁଛି ।










