31.1 C
Bhubaneswar
Tuesday, March 24, 2026
Homeଖେଳବଜରଙ୍ଗ ପୁନିଆ ସସ୍‌ପେଣ୍ଡ

ବଜରଙ୍ଗ ପୁନିଆ ସସ୍‌ପେଣ୍ଡ

ନୂଆଦିଲ୍ଲୀ : ଅଲମ୍ପିକ୍ସ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ସସ୍‌ପେଣ୍ଡ । ଡୋପିଂ ବିରୋଧୀ ନିୟମ ଉଲ୍ଲଂଘନ ପାଇଁ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ଅଲିମ୍ପିକ୍ ପଦକ ବିଜେତା କୁସ୍ତି ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି । ରବିବାର ଦିନ ରେସଲରଙ୍କ ଓକିଲ ବିଦୁଷ୍ପତ ସିଙ୍ଗାନିଆ ମଧ୍ୟ ତାଙ୍କ ନିଲମ୍ବନକୁ ନିଶ୍ଚିତ କରିଛନ୍ତି। ମୂତ୍ର ନମୁନା ପରୀକ୍ଷା ପାଇଁ ନ ଦେବାରୁ ହେଲା କାର୍ଯ୍ୟାନୁଷ୍ଠାନ । କାରଣ ସେ ନାଡା ଦ୍ୱାରା ମିଆଦ ପୂର୍ଣ୍ଣ କିଟ୍ “ବ୍ୟବହାରକୁ ବିରୋଧ କରିଥିଲେ ଏବଂ ପ୍ରଶାସକ ପକ୍ଷରୁ ଏହାର ଉତ୍ତର ଚାହୁଁଥିଲେ। ଡୋପିଂ କଣ୍ଟ୍ରୋଲ୍ ଅଧିକାରୀଙ୍କ ଦ୍ୱାରା ମୂତ୍ର ନମୁନା ଦାଖଲ ନକରିବାର ପରିଣାମ ସମ୍ପର୍କରେ ଚେତାବନୀ ଦିଆଯିବା ସତ୍ତ୍ ମଧ୍ୟ ବଜରଙ୍ଗ ଆବଶ୍ୟକୀୟ କାର୍ଯ୍ୟ କରିନାହାଁନ୍ତି ବୋଲି ନାଡା କହିଛନ୍ତି। ଡୋପିଂ କଣ୍ଟ୍ରୋଲ ଅଫିସର (ଡିସିଓ)ଙ୍କ ଚେତାବନୀ ମାନି ନ ଥିଲେ ପୁନିଆ । ଜୁଲାଇ ୧୧ ସୁଦ୍ଧା ସସ୍‌ପେଣ୍ଡ ନୋଟିସ ଉତ୍ତର ଦେବାକୁ ନିର୍ଦ୍ଦେଶ ।

ଆଜି ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking