30.1 C
Bhubaneswar
Tuesday, January 20, 2026
Homeଅପରାଧରାଉରକେଲା ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଗଲା

ରାଉରକେଲା ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଗଲା

ସୁନ୍ଦରଗଡ଼: ରାଉରକେଲା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ୬ ଜଣଙ୍କୁ କୋର୍ଟରେ ହାଜର କରିଛି ରଘୁନାଥପାଲି ପୁଲିସ। ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ହଜାର ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ରାଉରକେଲାରେ ଗତ ୨୨ ତାରିଖରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ବର୍ତ୍ତମାନ ଯାଏ ଫେରାର ରହିଛି ।

ସୂଚନା ଅନୁସାରେ ଗତ ୨୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ଦୁଇ ପୁରୁଷ ବନ୍ଧୁଙ୍କ ସହ ସିଭିଲ ଟାଉନସିପରେ ଥିବା ହୋଟେଲ ହୃଦଙ୍ଗକୁ ଯାଇଥିଲେ ନାବାଳିକା। ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତି ମଦ୍ୟପାନ କରାଇ ସେଠାରୁ ନେଇ ସାତତାଲା ନିକଟ ରିଙ୍ଗ ରୋଡ କଡ଼ରେ ଥିବା ପାର୍କକୁ ଯାଇଥିଲେ। ସେଠାରେ ତିନି ଜଣ ଗଣ ଦୁଷ୍କର୍ମ କରିବା ପରେ ଆଉ ଦୁଇ ଜଣ ନାବାଳିକାଙ୍କୁ ଷ୍ଟେସନ ଅଂଚଳର ନିର୍ଜନ ସ୍ଥାନକୁ ନେଇ ପୁଣି ଗଣ ଦୁଷ୍କର୍ମ କରିଥିଲେ।

ଦୁଇ ଦୁଇ ଥର ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିବା ପରେ ତାକୁ ହୋଟେଲ ହୃଦଙ୍ଗ ନିକଟରେ ଛାଡ଼ି ଦେଇଥିଲେ। ପରେ ନାବାଳିକା ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ଉଦ୍ଧାର କରିଥିଲେ ପୀଡ଼ିତା ନାବାଳିକାଙ୍କୁ। ରଘୁନାଥପାଲି ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ହୋଟେଲ ହୃଦଙ୍ଗ୍ କୁ ପୁଲିସ ସହ ଅବକାରୀ ବିଭାଗ ମିଳିତ ଭାବରେ ସିଲ କରିଥିଲା। ଗିରଫ ୬ ଜଣ ହେଲେଏମ ଡି ସୋହେଲ କୁରେସି ଓରଫ ବାଦସାହା, ଏମ ଡି ଜାରାଏତ, ବିନୋଦ କୁମାର ରାମ, ଦୀପକ ସୋନକର , ମହମ୍ମଦ ଦାନିସ, ଆଫତାବ ଖାଁ ସମସ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking