ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶୋକ। ଶୋକ ପ୍ରକାଶ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି ଯେ ଭାରତୀୟ ସିନେମାରେ ଏକ ଯୁଗର ଅବସାନ ଘଟିଲା। ହିନ୍ଦୀ ଫିଲ୍ମ ଦୁନିଆର ସବୁଠାରୁ ଲୋକପ୍ରିୟ କଳାକାର ଥିଲେ ଧର୍ମେନ୍ଦ୍ର ଦେଓଲ। ଚମତ୍କାର ଅଭିନୟ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ମର୍ମାହତ ପରିବାର ପ୍ରତି ସମବେଦନା ଜଣାଉଛି। ସୂଚନାଯୋଗ୍ୟ ଆଜି ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ହେଲା ଧର୍ମେନ୍ଦ୍ର ଖରାପ ସ୍ବାସ୍ଥ୍ୟ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଘରକୁ ନିଆଯାଇଥିଲା । ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ପରଲୋକ ଗମନ କରିଛନ୍ତି।










