17.1 C
Bhubaneswar
Wednesday, February 4, 2026
Homeଓଡିଶାନିତିନ ନବୀନଙ୍କୁ ଭେଟିଲେ ବୈଜୟନ୍ତ

ନିତିନ ନବୀନଙ୍କୁ ଭେଟିଲେ ବୈଜୟନ୍ତ

ନୂଆଦିଲ୍ଲୀ: ବିଜେପିର ନୂଆ କାର୍ଯ୍ୟକାରୀ ସଭାପତିଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା। ନୂଆ କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ। ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଲେ ଉପାଧ୍ୟକ୍ଷ ବୈଜୟନ୍ତ। ଶୁଭେଚ୍ଛା ଜଣାଇ ସହ ସେ କହିଛନ୍ତି ଯେ ନିଷ୍ଠାବାନ ନେତା, ରାଜ୍ୟ ଓ ଜାତୀୟସ୍ତରରେ ତାଙ୍କ ସହିତ କାମ କରିବା ଏକ ସୌଭାଗ୍ୟ। ବିଶ୍ୱାସ ଅଛି ଯେ ତାଙ୍କର ଉର୍ଜା, ଅଭିଜ୍ଞତା ଦଳର ମିଶନକୁ ଆହୁରି ମଜବୁତ କରିବ। ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଗତକାଲି ଜାତୀୟ ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ସେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ରମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ଅମିତ ଶାହ, ନୀତିନ ଗଡକରୀ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ଭେଟିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking